ପୋଷାକ ବିତରଣ ଓ ବିଦ୍ୟାଳୟ କମିଟି ବୈଠକ

 ବନ୍ତ:  ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ପଳସା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଓ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ରାଜଶ୍ରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ପ୍ରାକ୍ତନ ପ୍ରଧାନଶିକ୍ଷକ ଶଙ୍କର୍ଷଣ ଦାସ, ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଉମାକାନ୍ତ ସାହୁ, ଦୋଳଗୋବିନ୍ଦ ନାୟକ,ସୁଦର୍ଶନ ଘଡ଼ାଇ, ସଞ୍ଜୁଲତା ବାରିକ, ପୂଜାରାଣୀ ଖମାରୀ, ମାନସ କୁମାର ଦେ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହିତ ବିଦ୍ୟାଳୟର ଶିକ୍ଷକ ଅଭାବ ଫଳରେ ପିଲାଙ୍କ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଛି ବୋଲି ଆଲୋଚନା ହୋଇଥିଲା । ଏହି ଅବସରରେ ଦୁଇ ଗୋଟି ବିଦ୍ୟାଳୟର ୭୮ ଜଣ ଛାତ୍ରଛାତ୍ରୀଙ୍କୁ ନୂତନ ପୋଷାକ, ଜୋତା, ଆଇକାର୍ଡ ଅତିଥି ପ୍ରଦାନ କରିଥିଲେ ।