ହର୍ ଘର୍ ତି୍ରରଙ୍ଗା’ ଶୋଭାଯାତ୍ରା
ବୈତରଣୀ ରୋଡ଼ : ପ୍ରାଣକୃଷ୍ଣ ମହାବିଦ୍ୟାଳୟରେ ହର୍ ଘର୍ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼, ଅକ୍ଷୟ କୁମାର ମହାନ୍ତି ଏହାକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଓ ଆତ୍ମବଳୀ ଦେଇଥିବା ବୀର ଯବାନ ମାନଙ୍କ ସମ୍ପର୍କରେ ସ୍ମୃତି ଚାରଣ କରାଯାଇଥିଲା । ମହା ବିଦ୍ୟାଳୟର ପରିସରରୁ ୫୦୦ ସହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବହାରି ବୈତରଣୀ ରୋଡ ଷ୍ଟେସନ ବଜାର, ଲକ୍ଷ୍ମୀ ବଜାର, କାଳୀ ମାର୍କେଟ, ଆଦି ବରୁଣ୍ଡେଇ ଗ୍ରାମ ମଧ୍ୟ ଦେଇ ତ୍ରିରଙ୍ଗା ଶୋଭାଯାତ୍ର କଲେଜ୍ ଅଭିମୁଖେ ଯାଇଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ସାମିଲ ହୋଇ ସହଯୋଗ କରିଥିଲେ ।