ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ଆବାସ ଘର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଧାନସଭା କ୍ଷେତ୍ର ଖଜୁରୀପଡ଼ା ବ୍ଲକରେ । ଏଠାରେ ପ୍ରକୃତ ଗରିବକୁ ମିଳୁନାହିଁ ଅବାସ ଘର ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ଖଜୁରିପଡା ବ୍ଲକ୍ ଗୁଡ଼ାରୀ ପଞ୍ଚାୟତ ଦାତପାଜୁ ଗ୍ରାମ ୱାର୍ଡ ନଂ ୨ ତଳ ସାହିର ମାନିନୀ ବେହେରା ସ୍ୱାମୀ ଅର୍ଜୁନ ବେହେରା । ଦୀର୍ଘଦିନ ଧରି ଖଣ୍ଡିଏ ଆବାସ ଘରପାଇଁ ବାରମ୍ବାର ଆବେଦନ କଲା ପରେ ମଧ୍ୟ ଆଜିଯାଏଁ ଆବାସ ଘର ମିଳିପାରୁନାହିଁ । ଶ୍ରୀମତୀ ବେହେରାଙ୍କ କହିବା ଅନୁସାରେ ଆବାସ ଘର ପାଇଁ ବାରମ୍ବାର ଅଭିଯୋଗ କଲେ ମଧ୍ୟ୍ୟ କେହି ଶୁଣୁ ନାହାନ୍ତି, ଗ୍ରାମର ୱାଡ଼ମେମ୍ବର ଠୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ଅନେକ ଗୁହାରୀ କରିବା ସହିତ ବାରମ୍ବାର ଦରଖାସ୍ତ ମଧ୍ୟ ଦେଇଛି କିନ୍ତୁ କେହି ମଧ୍ୟ ମୋର ଗୁହାରି ଶୁଣିଲେ ନାହିଁ । ମୁଁ ଲଗାତାର ଖଜୁରୀପଡ଼ା ବ୍ଲକ ଜାର ୨୦୨୧, ୨୦୨୨, ୨୦୨୩ ପର୍ଯ୍ୟନ୍ତ ଆବେଦନ କରିଥିଲେ ସୁଧା କୌଣସି କାର୍ଯ୍ୟକାରି ହୋଇପାରିଲା ନାହିଁ । ୨୦୨୪ ନଭେମ୍ବର ୧୫ ତାରିଖରେ ବର୍ତ୍ତମାନର ସରପଞ୍ଚ ସୁଜିତ୍ ମଲିକ୍ ଓ ସମିତିର ଉପାଧ୍ୟକ୍ଷ ଅମିତ୍ ଦିଗାଲ ଗ୍ରାମରେ ପଲ୍ଲିସଭା କରି ମାନିନୀ ବେହେରାଙ୍କ ସମସ୍ତ କାଗଜପତ୍ର ନେଇଥିଲେ କିନ୍ତୁ ସେଇଟାବି କୌଣସି କାମରେ ଆସିଲା ନାହିଁ । ପୂର୍ବରୁ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କୁ ବାରମ୍ବାର କହିଥିଲେ ସୁଧା ଆବାସ ଘର ନ ନିଲିବା ଦୁଃଖଦ ଘଟଣା ପରିଲିଖିତ ହେଉଅଛି । ୱାର୍ଡ ସଭ୍ୟ ସୁଜିତ୍ ବେହେରା ମଧ୍ୟ ବାରମ୍ବାର ଆସି ଆବାସ ଘର ପାଇଁ ସମସ୍ତ ଆବଶ୍ୟକ କାଗଜପତ୍ର ନେଇଥିଲେ ସୁଧା ଶ୍ରୀମତୀ ମାନିନୀ ବେହେରାଙ୍କୁ ଆବାସ ଘର ନମିଳିବା ଗୋଟିଏ ଦୁଖଃର ବିଷୟ ବୋଲି ଜଣାପଡୁଛି । କେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ବାହାବା ନେଉଥିବାବେଳେ ଦେଖିବାକୁ ବାକି ରହିଲା ଏହି ନିରୀହ ଗରିବ ମହିଳାଙ୍କୁ କେବେ ସରକାରଙ୍କ ତରଫରୁ ଆବାସ ଘର ମିଳିବ ତାହା ଆଲୋଚନା ବିଷୟ ପାଲଟିଛି ।