ବର୍ଷା ପାଇଁ ବେଙ୍ଗୁଲି ନାଚ ଓ ଗିରିପୂଜା
ଆସିକା : ଆସିକା ବ୍ଲକ୍ର ହରିଡା ପଦର ଗ୍ରାମର ଏକ ନିୟାରା ଦୃଶ୍ୟ । ଏହି ଗ୍ରାମର ଅଧିକାଂଶ ଜମି ସ୍ୱର୍ଗ ଆଶରା ଅର୍ଥ ବର୍ଷା ହେଲେ ଯାହା ଜମିକୁ ପାଣି ମିଳେ । ଜଳ ସେଚନର ସେପରି କୌଣସି ସୁବିଧା ନାହିଁ । ତେଣୁ କିଛି ଦିନର ପ୍ରବଳ ଖରାରେ ଗାଁ ର ଜମି ଶୁଖିଲା ପଡିଛି । ତେଣୁ ଏହି ଜଳ ସମସ୍ୟା ଦୂର କରିବା ପାଇଁ ଗାଁ ଲୋକେ ପୂର୍ବ ପରମ୍ପରାକୁ ଆପଣାଇଛନ୍ତି । ଗାଁ ଲୋକେ ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବେଙ୍ଗୁଳି ନାଚ କରିଛନ୍ତି । ଗୋଟିଏ ବେଙ୍ଗକୁ ରଖି ଦୁଇ ଜଣ ବ୍ୟକ୍ତି ତାହାକୁ ଭାର କରି ଗାଁ ସାରା ବୁଲାଇଛନ୍ତି । ସେହି ସମୟରେ ଗାଁର ପ୍ରତେକ ଲୋକ ନିଜ ଘର ସମ୍ମୁଖରେ ସେହି ବେଙ୍ଗ ଉପରେ ହଳଦୀ ଓ ଅଳତା ପାଣି ପକାଇଥାନ୍ତି । ଶେଷରେ ତା ପରେ ଦିନ ଗାଁର ସବୁ ଲୋକ ଏକାଠି ହୋଇ ଗାଁ ସାରା ପଣା ପାଣି ଧରି ଗାଁ ଭ୍ରମଣ ପରେ ଶେଷରେ ଗିରିପୂଜା କରିଛନ୍ତି । ଗାଁ ଲୋକଙ୍କ ବିଶ୍ୱାସ ଏପରି କରିବା ଦ୍ୱାରା ଇନ୍ଦ୍ର ଦେବତା ସନ୍ତୁଷ୍ଟ ହୋଇ ଭଲ ବର୍ଷା ଦେବେ । ଏପରି ପରମ୍ପରା କୁ ଆଧାର କରି ବର୍ଷା ପାଇଁ ଗତ ୨୧ ତାରିଖ ଦିନ ହରିଡା ପଦର ଗ୍ରାମର ଲୋକେ ଏହି ଗିରିପୂଜା ଓ ବେଙ୍ଗୁଲି ନାଚ କରିଛନ୍ତି ।