ୟୁପିଏସସିରେ ପଦ୍ମନାଭଙ୍କ ସଫଳତା

ୟୁପିଏସସିରେ ପଦ୍ମନାଭଙ୍କ ସଫଳତା


 ସିଂହପୁର: ପ୍ରକାଶ ପାଇଥିବା ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରମୁଁ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ପୁଅ ପଦ୍ମନାଭ ମିଶ୍ରଙ୍କ ସଫଳତା ସମଗ୍ର ଅଞ୍ଚଳକୁ ଗୌରବାନ୍ୱିତ କରିଛି । ପଦ୍ମନାଭଙ୍କ ଏହି ସଫଳତା ପାଇଁ ଗାଁ ମାଟି ଠାରୁ ଆରମ୍ଭ କରି ରାଉରକେଲା ପର୍ଯ୍ୟନ୍ତ ତାଙ୍କୁ ଶୁଭେଚ୍ଛାର ଶୁଅଛୁଟିଛି । ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରମୁଁ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର  ସମାଜସେବୀ ସ୍ୱର୍ଗତ ଭଗବାନ ମିଶ୍ର ଓ ସୁନ୍ଦରୀ ମିଶ୍ରଙ୍କ ନାତି ହେଉଛନ୍ତି ପଦ୍ମନାଭ । ପ୍ରକାଶ ପାଇଥିବା ୟୁପିଏସସି ପରୀକ୍ଷାରେ ପଦ୍ମନାଭ ସର୍ବଭାରତୀୟ ସ୍ତରରେ ୧୭୬ ର୍ୟାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସେବାନିବୃତ କର୍ମଚାରୀ ତ୍ରିମୋଚନ ମିଶ୍ର ଓ ମିନତୀ ମିଶ୍ରଙ୍କ ସାନପୁଅ ପଦ୍ମନାଭ ୨ୟ ଥର ପ୍ରଚେଷ୍ଠାରେ ସେ ୟୁପିଏସସିରେ କୃତକାର୍ଯ୍ୟ ହୋଇଛନ୍ତି । ରାଉରକେଲା ଛେଣ୍ଡ କଲୋନିରେ ରହିଆସୁଥିବା ପଦ୍ମନାଭ କଠିନ ପରିଶ୍ରମ ଦ୍ୱାରା ଏହି ସଫଳତା ପାଇ ପାରିଥିବା ପ୍ରକାଶ କରିଛନ୍ତି । ପଦ୍ମନାଭଙ୍କ ଏହି ସଫଳତା ପାଇଁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଶିକ୍ଷାବିତ୍ ସତ୍ୟଶୈଖର ନାୟକ, ଅବସରପ୍ରାପ୍ତ ପ୍ରାଧ୍ୟପକ ଗୁରୁପ୍ରସାଦ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ରମାକାନ୍ତ ସାମଲ, ଗୋଲେଖ ମିଶ୍ର, ବସନ୍ତ କୁମାରୀ ମିଶ୍ର, ଅକ୍ଷୟ ମିଶ୍ର, ଅଧ୍ୟାପକ ମନୋଜ ମିଶ୍ର, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ଇଂ ସୁଶାନ୍ତ ମିଶ୍ର, ବରୁଣେଶ୍ୱର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବଟକୃଷ୍ଣ ମହାପାତ୍ର, ଡାକ୍ତର ରଞ୍ଜନ କୁମାର ମିଶ୍ର, ଶିକ୍ଷୟିତ୍ରୀ ଲୀଳାମ୍ବରୀ ମିଶ୍ର, ଅଧ୍ୟାପକ ପ୍ରତାପ ବେହେରା, ପ୍ରମୋଦ ମିଶ୍ର, ବିନୟ କୁମାର ମିଶ୍ର, ସମାଜସେବୀ ରବିନ୍ଦ୍ର କୁମାର ପରିଡା, ଅବସରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ଗୁରୁ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।