ସମ୍ୱର୍ଦ୍ଧନା ସମ୍ମାନ ସମାରୋହ

 ବାଲିଚନ୍ଦ୍ରପୁର: ବାଲିଚନ୍ଦ୍ରପୁର ରୁକୁଟିପାଟ ଗ୍ରାମର ସାବିତ୍ରୀ-ସଦାନନ୍ଦ ସ୍ମାରକୀ ସେବା ସଂସ୍ଥାଆନୁକୁଲ୍ୟରେ ମା’ବୁଢ଼ୀଜାଗୁଳାଇ କିଶୋରୀ କଲ୍ୟାଣ ସମିତି ଓ ମହାବୀର କିଶୋର କଲ୍ୟାଣ ସମିତି ସହଯୋଗରେ ସମ୍ୱର୍ଦ୍ଧନା ସମ୍ମାନ ଅନୁଷ୍ଠିତ ହୋଇଯାଇଛି ।
 ମୁଖ୍ୟ ଟ୍ରଷ୍ଟି ଗଙ୍ଗାଧର ରାଉତରାୟ ଓ କିଶୋରୀ କଲ୍ୟାଣ ସମିତିର ସ୍ୱାତୀସୁପ୍ରିୟା ରାଉତରାୟଙ୍କ ସଂଚଳନରେ ଅନୁଷ୍ଠିତ ସମାରୋହରେ ଗଙ୍ଗାଧର ରାଉତରାୟ, ଅନ୍ୟତମ ଟ୍ରଷ୍ଟି ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁଶୀଲ କୁମାର ରାଉତରାୟ, ମହାବୀର କିଶୋର କଲ୍ୟାଣ ସମିତିର ସଭାପତି ସୌମ୍ୟରଞ୍ଜନ ଜେନା ଓ ବୁଢ଼ୀଜାଗୁଳାଇ କିଶୋରୀ କଲ୍ୟାଣ ସମିତିର ସଭାନେତ୍ରୀ ବିଶ୍ୱରୂପା ରାଉତରାୟ ଯୋଗ ଦେଇ ମତାମତ ରଖିଥିଲେ । ରାଧାକାନ୍ତ ଜୀଉ ଭକ୍ତି ଆଧ୍ୟାତ୍ମିକ ସମ୍ମାନ ଜଗନ୍ନାଥ ଜେନା, ଚକ୍ରଧର ଜେନା, ହୃଷୀକେଶ ଜେନା, ଅନାଦି ବୟଜେଷ୍ଟ ପୁରୁଷ ସମ୍ମାନ ପୂର୍ଣ୍ଣଚନ୍ଦ୍ର ରାଉତରାୟ (ଶତାୟୁ ପୁରୁଷ) କାଳୀ ଦେବୀ ବୟଃଜେଷ୍ଟ ମହିଳା ସମ୍ମାନ ତୁଳସୀ ରାଉତରାୟଙ୍କୁ ମା ବୁଢୀ ଜାଗୁଳାଇ ସେବା ସମ୍ମାନ, ଅନନ୍ତ କାହାଳୀ ସଦାନନ୍ଦ କୃଷକ ସମ୍ମାନ ହୃଷୀକେଶ ରାଉତରାୟ, ଭାବଗ୍ରାହୀ ରାଉତରାୟ, ଅଲେଖଚନ୍ଦ୍ର ରାଉତରାୟ ଓ ମାୟାଧର କାହାଳୀଙ୍କୁ ପ୍ରଦାନ କରାଯାଇଥିଲା । ସାବିତ୍ରୀ ଦେବୀ ଶିକ୍ଷା ପ୍ରୋତ୍ସାହନ ସମ୍ମାନ ସ୍ୱର୍ଗତ କୁଳମଣି ରାଉତରାୟଙ୍କ ତରଫରୁ ପୁତ୍ର ମହେଶ୍ୱର, ସ୍ୱର୍ଗତ ବଟକୃଷ୍ଣ ରାଉତରାୟ ତରଫରୁ ପୁତ୍ର ନିରଞ୍ଜନ, ବୈରାଗୀ ଚରଣ ରାଉତରାୟଙ୍କ ପକ୍ଷରୁ ପନôୀ ଉତରାଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ମାନଭଜନ ରାଉତରାୟ, ଶିକ୍ଷକ ପ୍ରତାପ ରାଉତରାୟ, କପିଳ ରାଉତରାୟ, ବାବୁଲି ରାଉତରାୟ, ବିଶ୍ୱତ୍ୱସ୍ୱ ରାଉତରାୟ, ସମ୍ପଦ ଦାସ, ଶିକ୍ଷକ ରାଖଲଚନ୍ଦ୍ର ରାଉତରାୟ, ବାହନ କୁମାର ରାଉତରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ବିଜୟଲକ୍ଷ୍ମୀ ରାଉତରାୟ ଓ ଲିପ୍ସା ରାଉତରାୟ ମାନପତ୍ର ପାଠ କରିଥିଲେ ।