ହାଇସ୍କୁଲ ଏନ୍ପିଏସ୍ ଶିକ୍ଷକ ସଂଘର ଦାବିପତ୍ର 

ଯାଜପୁର :  ଜିଲ୍ଲା ହାଇସ୍କୁଲ ଏନପିଏସ ଶିକ୍ଷକ ସଙ୍ଘ ତରଫରୁ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ଗଣଶିକ୍ଷା ସଚିବଙ୍କ ଉଦେଶ୍ୟରେ ୨ ଦଫା ଦାବି ନେଇ ଜିଲ୍ଲାପାଳ ଓ ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ୨୦୦୪ ମସିହାରୁ ୨୦୧୩ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ୬ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରୀ ସହ ଯୋଗ କରିବା ସହ ୬ଗୋଟି ନୋସନାଲ ଇନକ୍ରିମେଂଟ ପ୍ରଦାନ କରିବାକୁ ଉକ୍ତ ଦାବୀପତ୍ରରେ ଉଲେକ୍ଷ କରାଯାଇଛି । ଅନୁରୋଧ କରାଯାଇଛି କି, ଯଦି ସରକାର ଖୁବଶୀଘ୍ର ଏହି ଦାବି ପୂରଣ ନକରନ୍ତି ତେବେ ଆସନ୍ତା ସେପ୍େଟମ୍ବର ୨୨ତାରିଖ ଦିନ ବିଧାନସଭା ଘେରାଉ ହେବା ସହ ଭୁବନେଶ୍ୱର ରାଜରାସ୍ତାରେ ହଜାର ହଜାର ଆଶାୟୀ ଶିକ୍ଷକ ଶିକ୍ଷୟତ୍ରୀମାନେ ଆନେ୍ଦାଳନ କରିବେ ଓ ଏହି ଆନେ୍ଦାଳନ ଦାବୀ ପୂରଣ ପର୍ଯ୍ୟନ୍ତ ଅହୋରାତ୍ର ଆମରଣ ଅନଶନରେ ବସିରହିବେ କ୍ଷ ଶିକ୍ଷକ ମାନଙ୍କର ଏହି ନାଯ୍ୟ ଦାବିକୁ ଯଦି ସରକାର କର୍ଣ୍ଣପାତ ନକରନ୍ତି ଶିକ୍ଷକମାନେ ରାଜରାସ୍ତା ଛାଡ଼ିବେ ନାହିଁ କି ବିଦ୍ୟାଳୟକୁ ଶିକ୍ଷାଦାନ ନିମନ୍ତେ ଫେରିବେ ନାହିଁ ବୋଲି ଜିଲ୍ଲା ମାଧ୍ୟମିକ ଏନପିଏସ ଶିକ୍ଷକ ସଙ୍ଘର ସଭାପତି ରାଜେନ୍ଦ୍ର ଶତପଥୀ ସମ୍ପାଦକ ଶିବଶଙ୍କର ଯେନା ଓ କୋଷାଧକ୍ଷ ସୁଧୀର ରଞ୍ଜନ ସାମଲ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଶତାଧିକ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ସଙ୍ଘର ସଦସ୍ୟବୃନ୍ଦ ବ୍ରହ୍ମାନନ୍ଦ ବାରିକ, ଜିତେନ୍ଦ୍ର ସାହୁ, କୁମାରସେନ ସେନାପତି, ଅମରେଶ ପଣ୍ଡା, ଜଗନ୍ନାଥ ବେହେରା, ଅଶୋକ କୁମାର ମଲ୍ଲିକ, ପ୍ରିୟଦର୍ଶିନୀ ମିଶ୍ର, ସଞ୍ଜୟ କୁମାର ନାୟକ, ଚିନ୍ମୟ ଧଳ ଆଦି ସଦସ୍ୟବୃନ୍ଦ ଅଂଶଗ୍ରହଣ କରିଥିଲେ ।