କାଳିନ୍ଦୀ ପାଣିଗ୍ରାହୀଙ୍କ ଜୟନ୍ତୀ
ବାଲିପାଟଣା : ପଦ୍ମଭୂଷଣ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉସôବ ତାଙ୍କର ଜନ୍ମ ମାଟି ବାଲିପାଟଣା ଠାରେ ପାଳିତ ହୋଇଛି । ସାହିତ୍ୟ ଏକାଡେମୀ ଓ ସମୟର ପ୍ରାଚୀଧାରାର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଲେଖକ ସଚ୍ଚିଦାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର, ଅଭିନେତା ତଥା ଲେଖକ ଉପେନ୍ଦ୍ର ପ୍ରସାଦ ନାୟକ ଯୋଗଦେଇ କାଳିନ୍ଦୀ ପାଣିଗ୍ରାହୀଙ୍କ ଅନବଦ୍ୟ ସୃଷ୍ଟିରେ ଗ୍ରାମ୍ୟ ଜୀବନର ସରଳ ମଣିଷର ଜୀବନାଦର୍ଶ ଉପରେ ଆଳୋକପାତ କରିଥିଲେ । ମୁଖ୍ୟ ବକ୍ତା ଅଧ୍ୟାପକ ଶରତ ଚନ୍ଦ୍ର ରଥ ଆଜିକାଲିର ଫେସ୍ବୁକ୍ର କବିତା ଭିତରେ କବିତ୍ୱ ନଥାଏ ଏବଂ ସମୟ ନଚାହିଁଲେ ଜଣେ କବି ହେବା ସମ୍ଭବ ନୁହେଁ ବୋଲି କହିଥିଲେ । ପ୍ରାଚୀଧାରାର ସମ୍ପାଦକ ଭଗବାନ ସାହୁ କାଳନ୍ଦୀଙ୍କ ଯୋଗୁଁ ଏ ମାଟି ପବିତ୍ର ହୋଇଛି ବୋଲି ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ମନୋରଞ୍ଜନ ରାୟ, କ୍ଷଣପ୍ରଭା ମହାନ୍ତି,ଅଭିମନୁ୍ୟ ନାୟକ ଓ ଦିଲ୍ଲୀପ କୁମାର ଓଝାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା ।