ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ
ନବରଙ୍ଗପୁର : ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶ କ୍ରମେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଦୌରାଜଜ ସୁବ୍ରତ ମହାନ୍ତି ୦୧ (ଗୋଟି) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବି (ଗଇଉଞ) ବାବଦକୁ ଫଇସଲା କରି ଟ.୭,୫୦,୦୦୦/- ଓ ୦୬ (ଗୋଟି) ଅନ୍ୟାନ୍ୟ ଦେବ ।ନି କେସ ବାବଦକୁ ଫଇସଲାକରି ଟ.୧୯,୨୭,୫୬୭/- କ୍ଷତିପୁରଣ ଆଦାୟ କରିଛନ୍ତି । ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୫ (ଗୋଟି) ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି । ସେଥିମଧ୍ୟରୁ ୨ଟି କେସ୍ରେ ଦୀର୍ଘ ଦିନ ବିବାଦର ଅନ୍ତ ଘଟାଇ ଦମ୍ପନ୍ତୀଙ୍କ ମଧ୍ୟରେ ଆପୋଷ ମିଳାମିଶା କରାଇଛନ୍ତି । ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର ୧ ଗୋଟି ଅନ୍ୟାନ୍ୟ କେସ୍ ଫଇସଲା କରିଛନ୍ତି । ବରିଷ୍ଟ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ ୦୨ ଟି ବ୍ୟାଙ୍କ ଋଣଦେୟ ସମ୍ବଦ୍ଧିୟ ବିବାଦର ଫଇସଲା କରି ଟ.୯,୦୯,୯୨୬୬୦ ଟଙ୍କା ରୁଣ ଆଦାୟ କରିଛନ୍ତି ।
ବରିଷ୍ଠ ଦେବାନୀ ଜଜ୍ (ମହିଳା କୋର୍ଟ) ୬ ଟି ଫୌଜଦାରୀ ମକଦ୍ଦମା ଫଇସଲା କରିଛନ୍ତି, ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୧୧୮ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରି ଟ? ୧୧,୫୦,୦୦୦/- ଜୋରିମାନା ଆଦାୟ କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୨୩୯ ଗୋଟି କୋର୍ଟ କେସ ଓ ୧୧,୭୭୬ ଗୋଟି ରାଜସ୍ୱ କେସର ଫଇସଲା କରାଯଇ ଟ.୧୫,୮୨,୬୨୩/- ରାଜସ୍ୱ ଆଦାୟ କରାଯାଇଛି । ସେହିପରି ବ୍ୟାଙ୍କର ୨୨ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୨,୭୭,୦୦୦/- ରୁଣ ଆଦାୟ କରାଯାଇଛି ସେହିଭଳି ବିଏସଏନଏଲ (ଈଝଘଖ) ଓ ଟିପିଏସଓଡିଏଲ (ଞଚଝଙଊଖ) ର ୧୯ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ. ୫,୨୩,୪୯୮/- ରୁଣ ଆଦାୟ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଅନ୍ୟାନ୍ୟ ଅତିଥି ରୂପେ ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସୀମା ତ୍ରିପାଠୀ ଓ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ ।