ନିଶା ନିବାରଣ ସଚେତନତା 

 ନବରଙ୍ଗପୁର : ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତତ୍ତ୍ୱାବଧାନରେ ମେ' ୩୧ ତାରିଖ ବିଶ୍ୱ ତମାଖୁ ବର୍ଜନ ଦିବସ ଠାରୁ ଅନ୍ତର୍ଜାତୀୟ ନିଶା ସେବନ ଓ ବେଆଇନ କାରବାର ନିରୋଧ ଦିବସ ଜୁନ୍ ୨୬ପର୍ଯ୍ୟନ୍ତ ଏହି ସଚେତନତା ଅଭିଯାନ ଚାଲିଛି । ରାଜ୍ୟବ୍ୟାପୀ କରାଯାଉଥିବା ବେଳେ ନବରଙ୍ଗପୁରରେ ମଧ୍ୟ ମାଦକଦ୍ରବ୍ୟ ସେବନ ଓ କାରବାର ନିରୋଧୀ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ନବରଙ୍ଗପୁର ସହରର ବସ୍ଷ୍ଟାଣ୍ଡ, ମୁଖ୍ୟ ରାସ୍ତା, ଦଣ୍ଡା ସାହି,ଗାଦବା ଗୁଡ଼ା ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବକାରୀ ନିରୀକ୍ଷକ ଦିଲୀପ କୁମାର ରଥ, ତାଙ୍କ ଟିମ୍, ଅଙ୍ଗନବାଡ଼ି ଦିଦିମାନେ ସାହି ସାହି ବୁଲି ମାଦକଦ୍ରବ୍ୟ ସେବନ ଓ କାରବାର ନିରୋଧୀ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ବିଶେଷ କରି ଗାଁ ଗାଁରେ ଗଡୁଛି ସଚେତନତା ରଥ ତା' ସହିତ ପାରମ୍ପରିକ ପାଲା, ଦାସକାଠିଆ ଏବଂ ଘୋଡ଼ାନାଚ ତଥା ପଥପ୍ରାନ୍ତି ନାଟକ ମାଧ୍ୟମରେ ଏହି ଅଭିଯାନର ବାର୍ତ୍ତା ଘରେ ଘରେ ପହଞ୍ଚôବା ପାଇଁ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି ।