ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଦିଗହରା :   ଅବଧିର ଦୁଇ ବର୍ଷ ପରେ ବି ଗମନା ଗମନ ଠପ୍

 ବୈତରଣୀ ରୋଡ଼ : କୋରେଇ ବ୍ଲକ ଉତ୍ତରଖଜିରା-ସୁନ୍ଦରପୋଖରୀ ଭାୟା ତାରାକୋଟ ରାସ୍ତା ନିର୍ମାଣ ଦିଗହରା ହୋଇପଡ଼ିଛି । ଗୋଟେ ପଟେ କାର୍ଯ୍ୟ ଅବଧି ଶେଷ ପରେ ଶେଷ ହେଉନଥିବା ବେଳେ ଅନ୍ୟପଟେ ଯେତିକି କାର୍ଯ୍ୟ କରାଯାଇଛି, ସେଥିରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି । ସଂପୃକ୍ତ ରାସ୍ତା କାର୍ଯ୍ୟର କାର୍ଯ୍ୟାଦେଶ ଏ”କ୍ଲାସ ଠିକାଦାର ଭାଗିରଥି ସାହୁଙ୍କୁ ଦିଆଯାଇଥିବା ବେଳେ କାର୍ଯ୍ୟ କିନ୍ତୁ ସି’କ୍ଲାସ ଠିକାଦାର ଭଳି କରାଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ଉକ୍ତ ରାସ୍ତାର ଦୈର୍ଘ୍ୟ ୩.୩୪୦ପାଇଁ ୧୮୩.୩୮ଲକ୍ଷ୍ୟ ଟଙ୍କା ରହିଛି । କାର୍ଯ୍ୟ ଆରମ୍ଭ ତା୧୩ା୯ା୨୦୨୨ରୁ ତା୧୨ା୬ା୨୦୨୩ ମଧ୍ୟରେ ଶେଷ ହେବା ନେଇ ବିଭାଗ ସହ ସଂପୃକ୍ତ ଠିକାଦାରଙ୍କ ମଧ୍ୟରେ ଚୁକ୍ତିନାମା ହୋଇଛି । କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର ସଠିକ୍ ଭାବେ କାର୍ଯ୍ୟ ନହେବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଆସୁଛି । ଅଭିଯୋଗ ମୁତାବକ ଏହି ପ୍ରଧାନମନ୍ତ୍ରୀ ସଡ଼କ ନାମକୁ କେବଳ ଯାହା ହୋଇଥିବା ନିମ୍ନକାର୍ଯ୍ୟ ପ୍ରତି ବିଳମ୍ଭକୁ ଦେଖି ଲୋକଙ୍କ ମନରେ ସନେ୍ଦହ ସୃଷ୍ଟି କରୁଛି । ମାଟି ପକାଇବା ଠାରୁ ଆରମ୍ଭ କରି ରାସ୍ତାର ସଠିକ୍ ଭାବରେ ପାଣି ନଦେଇ କମ୍ପକ୍ସନ୍ ହୋଇନଥିବା ନେଇ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଙ୍କିମାରୁଛି । ସଂପୃକ୍ତ ରାସ୍ତା ସହ ଜଡ଼ିତ ତାରାକୋଟ ଭାୟା ସୁନ୍ଦର ପୋଖରୀ ରାସ୍ତା କିଛି ମାତ୍ର ମାଟି ପଡ଼ିଥିବା ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟ ସହ ମାତ୍ରାଧିକ ସମୟ ଭିତରେ କାର୍ଯ୍ୟ ଆଗେଇ ନଥିବା ଦେଖି କେହି କେହି ସୂଚନା ଆଇନ୍ ମାଧ୍ୟମରେ ଅଭିଯୋଗକୁ ଉତ୍ତର ନପାଇବା ଦ୍ୱାରା ଅଞ୍ଚଳରେ ଅସନ୍ତୋଷ ଦେଖା ଦେଉଛି । ଏହି ରାସ୍ତା ସହ ୩ ଗୋଟି ଗ୍ରାମ ସହ ଜଡ଼ିତ ଅନ୍ୟାନ୍ୟ ପଞ୍ଚାୟତ ବାସୀଙ୍କ ଦୈନଦିନ ଯାତାୟତ ପାଇଁ ପ୍ରମୁଖ ସଡ଼କ ହୋଇରହିଛି । କିନ୍ତୁ ତାହା ନହୋଇ ଯେଉଁ ସମୟ ମଧ୍ୟରେ ରାସ୍ତାର ରକ୍ଷଣ ବେକ୍ଷଣ ନିମନ୍ତେ ଅର୍ଥ ବ୍ୟୟ ବ୍ୟବସ୍ଥା ରହିଥିବା ବେଳେ ସଂପୃକ୍ତ ରାସ୍ତା ଖାଲ ଖମାରେ ପରିଣତ ହୋଇଛି । କେବେ ସରିବ ସେ ନେଇ ଗ୍ରାମବାସୀଙ୍କ ମନରେ ସନେ୍ଦହ ସୃଷ୍ଠି ହୋଇଥିବା ବେଳେ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି । ଏଭଳି ଜରୁରୀ ପ୍ରକଳ୍ପକୁ ଅବଧି ମଧ୍ୟରେ ଶେଷ ନକରିବା ଘଟଣାକୁ ନେଇ ଅଞ୍ଚଳବାସୀ ଏ’କ୍ଲାସ ଠିକାଦାରଙ୍କୁ ହଟାଇ ନୂତନ ଠିକାଦାର ଚୟନ  କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟ ଦାବି କରାଯାଇଛି ।