ମାଲିକଙ୍କ କଥାରେ ଉଠବସ ହେଉଛନ୍ତି ଶିଶୁ ଶ୍ରମିକ : ଅସୁସ୍ଥ ହେଲେ ବି ବେପାର କରିବାକୁ କରାଯାଉଛି ବାଧ୍ୟ
ଦାନଗଦୀ: ଏବେ ବାଟେ ଘାଟେ ଯୋଉଠି ଦେଖିବ ଠେଲାଗାଡ଼ିର ଗୁପଚୁପ ପସରା ମେଲୁଛି । ଯାହା ଆଗରୁ ଦେଖିବାକୁ ମିଳୁନଥିଲା । ବିଶେଷ କରି କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢି ଉଠିବା ପରେ ଏହାର ଚର୍ତୁପାଶ୍ୱର୍ର ରାସ୍ତା କଡ଼େ ଗୁପଚୁପ ପସରା ଦେଖିବାକୁ ମିଳୁଛି । ଯେଉଁ ମାନେ ଗୁପଚୁପ ବେପାର କରୁଛନ୍ତି, ବାସ୍ତବରେ ସେମାନେ ତାହାର ମାଲିକ ନୁହନ୍ତି । ମାସିକ ବେତନରେ ମାଲିକ ପାଖରେ ରହି କାର୍ଯ୍ୟ କରୁଛନ୍ତି । ଆଉ ମାଲିକ କଥାରେ ଉଠବସ ହେଉଛନ୍ତି । କୈାଣସି କାରଣରୁ ଅସୁସ୍ଥ ହୋଇପଡ଼ିଲେ ମାଲିକଙ୍କ ଦାଗିଦାରେ ବେପାର ପସରାଧରି ରାସ୍ତାକଡ଼କୁ ଚାଲିଆସନ୍ତି । ରବିବାର ବାରଗଡିଆ ଆଇଏମ୍ ସେକ୍ସନ ଗେଟ୍ ପାଖରେ ଗୁପଚୁପ ବେପାର କରୁଥିବା ଜଣେ ଶିଶୁ ନିଜର ଦେହ ଖରାପ ଥିବା ଏବଂ ଭାଇ ପାଖକୁ ଫୋନ କରିବାକୁ କହିବା ପରେ କଥାଟି ଜଣାପଡ଼ିଥିଲା । ସଂପୃକ୍ତ ଶ୍ରମିକ ଶ୍ରମିକକୁ ପଚରା ଉଚରା ବେଳେ କହିଥିଲା କି ମୋର ଦେହ ଖରାପ ଥିଲେ ବି ମାଲିକ ବାଧ୍ୟ କରି ପଠାଇବାରୁ ମୁଁଆସିଲି । ରବିବାର ମୋର ବେପାରର ଦିନ ତୋର ଦେହ ଖରାପ ହେଲେ ବି ତୁ ବେପାର କର ତୋ ଘରକୁ ଫୋନ କରି ପାରିବୁ ନାହିଁ..ଆଗ ବେପାର ତା ପରେ ତୋ ଦେହ । ମାଲିକଙ୍କ କଢାଗଳାର କଥାରେ ଆସି ପସରା ମେଲାଇଥିବା ଶିଶୁର ବୟସ ୧୮ବର୍ଷରୁ କମ୍ ହେବ । ବିହାର ଅଞ୍ଚଳରୁ ଆସି ମାଲିକଙ୍କ ପାଖରେ ମାସିକ ବେତନରେ କାର୍ଯ୍ୟ କରେ । ଜ୍ୱର ହୋଇଥିବା କାରଣରୁ ଜଣେ ଗ୍ରାହକଙ୍କୁ ଭାଇ ସହ କଥା କରାଇ ଦେବାକୁ କହିଥିଲା । ଗ୍ରାହକ ଜଣକ ତାଙ୍କ ଫୋନରେ ଭାଇ ସହ କଥା କରାଇବା ବେଳେ ପଳାଇ ଆସିବାକୁ କହିଥିଲା । ତେବେ ସଂପୃକ୍ତ ଶିଶୁ ଶ୍ରମିକ ଜ୍ୱରରେ କମ୍ପୁଥିଲେ ବି ମାଲିକ ବାଧ୍ୟ କରିବାରୁ ବେପାର କରିବାକୁ ଆସିଥିଲା ବୋଲି କହିବା ପରେ ଗୋଟିଏ କଥା ଜଣାପଡ଼ିଥିଲା କି ମାଲିକ ମାନଙ୍କ ଅତ୍ୟାଚାରରେ ଗୁପଚୁପ ବେପାର କରୁଥିବା ଶିଶୁଶ୍ରମିକ ବନ୍ଦୀ ଜୀବନା କାଟୁଛନ୍ତି । ବିହାରରୁ କଳିଙ୍ଗନଗର ଅଭିମୁଖେ ପରିସ୍ଥିତିରେ ପଡି ଆସିଥିବା ଶିଶୁ ମାଲିକ ମାନଙ୍କ ଅତ୍ୟାଚାରରେ ବର୍ତି ପାରୁନାହାନ୍ତି । ମାତ୍ର ଶିଶୁ ଅଧିକାର ମଞ୍ଚ ହେଉ କି ଶିଶୁ ସୁରକ୍ଷା ବିଭାଗ ନଜର ପଡ଼ୁନି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।