୫୧ୟୁନିଟ ରକ୍ତ ସଂଗ୍ରହ

 ବ୍ୟାସନଗର: ଶନିବାର ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରକ୍ତଭଣ୍ଡାର ଠାରେ ମିଳିତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଭିସାଷ୍ଟିଲ ସହଭାଗିତାରେ ରକ୍ତ ଦାତା ଜୀବନ ଦାତା ପରିବାର, କ୍ଳବ୍ ଦି ୟୁଥ୍ ମାସ ଯୁବକ ସଂଘ ପକ୍ଷରୁ ଅନୁଷ୍ଠିତ ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା ଦେବାଶିଷ ସାହୁ, ଭିସା ଗ୍ରୁପ୍ ପରିଚାଳନା ନିଦେ୍ର୍ଦଶକ ମନୋଜ କୁମାର, ଡାକ୍ତର ଗୌତମ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ରକ୍ତ ଦାତା ଜୀବନ ଦାତା ପରିବାର ଓ କ୍ଳବ୍ ଦି ୟୁଥ୍ ମାସ ସମ୍ପାଦକ ରାଜେଶ୍ କୁମାର ରାଉତ ପ୍ରଥମେ ରକ୍ତ ଦାନ କରି ଶିବିରକୁ ଆଗକୁ ନେଇଥିଲେ । ଶିବିରରେ ୬ ମହିଳାଙ୍କ ସମେତ ୧୭ଜଣ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ । ସଂଗଠନ ପକ୍ଷରୁ ମହାକାଳ ଫାଉଣ୍ଡେସନ, ମନୋରମା ଫାଉଣ୍ଡେସନ, ସୁନ୍ଦର ସମାଜ, ମାନବ ସେବା ସମିତି ଓ ସମାଜ ସେବୀ ଲଲାଟେନ୍ଦୁ ମହନ୍ତ, ଚିନ୍ମୟ ଚିତ ରଞ୍ଜନ,ଏଲ୍ଟି ସମ୍ବିତ ମାଲିକ, ସୁବ୍ରତ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପତି ପ୍ରକାଶ ଜେନା, ମନୋଜ ଦାସ, ଆଲୋକ ମହାନ୍ତି, ସନ୍ତୋଷ ରାଉତ, ବାବୁ ପାତ୍ର, ରଘୁନାଥ ପତ୍ର, ରଞ୍ଜନ ଦ୍ୟାଂଶର୍ ,ଧନଞ୍ଜୟ ବେହେରା, ଚନ୍ଦନ ଜେନା, ଆଦିତ୍ୟ ଖୁଣ୍ଟିଆ, ଲଳିତ ମାଧବ ଦାସ, ଅଜିତ ପରିଡ଼ା, ଶ୍ରୀକାନ୍ତ ସାହୁ, ଦିଲୀପ ସାହୁ, ପୀତବାସ ପାତ୍ର, ପ୍ରଦୀପ ସାହୁ, ଅଜୟ ଦାସ ପ୍ରମୂଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।