ପ୍ରଧାନଶିକ୍ଷୟିତ୍ରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ଶିକ୍ଷା ଜିଲ୍ଲା ଅଧିନସ୍ଥ ମହମ୍ମଦପୁର ପଂଚାୟତର ବିଶ୍ୱନାଥପୁର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତିଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂଯୁକ୍ତାଙ୍କ ଭଳି ଦାୟିତ୍ୱ ନେଇଥିବା ଶିକ୍ଷୟିତ୍ରୀ ଅନୁରାଧା ପଟ୍ଟନାୟକ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସ୍କୁଲକୁ ନିଜର ଘର ଭଳି ଗଢି ତୋଳିଲେ ଏହି ସ୍କୁଲ ଏକ ଆଦର୍ଶ ସ୍କୁଲ ହେବା ସହ କୁନି କୁନି ପିଲାମାନେ ନିଜର ଭବିଷ୍ୟତ ଗଠନରେ ପ୍ରଭୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ବକ୍ତାମାନେ ମତ ଦେଇଛନ୍ତି । ଶିକ୍ଷକ ଶ୍ୟାମସୁନ୍ଦର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ନିରଞ୍ଜନ ପ୍ରସାଦ ପାତ୍ର, ନିଶ୍ଚିନ୍ତକୋଇଲି ବ୍ଲକ ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ପୂର୍ବତନ ସରପଂଚ ଶାରଦା ପ୍ରଧାନ ନାୟକ, ପୂର୍ବତନ ସରପଂଚ ତଥା ବିଦ୍ୟାଳୟ ପୂର୍ବତନ ଛାତ୍ର ସଂସଦ ସଭାପତି ସରୋଜ କୁମାର ବେହେରା, ପୂର୍ବତନ ଏବିଇଓ ସୂର୍ଯ୍ୟମଣୀ ଦଳାଇ, ଶିକ୍ଷାବିତ୍ ପରମାନନ୍ଦ ନାୟକ, ନାଏବ ସରପଂଚ ପଞ୍ଚାନନ ସାହୁ, ପରିଚାଳନା କମିଟି ସଭାପତି ଶତ୍ରୁଘ୍ନ ବାରିକ, ପୂର୍ବତନ ପରିଚାଳନା କମିଟି ସଭାପତି ବସନ୍ତ ନାୟକ, ସମାଜସେବୀ ମହେଶ୍ୱର ମହାନ୍ତି, କ୍ଲଷ୍ଟରର ସିଆରସିସି ଆଶିଷ କୁମାର ବରାଳ, ଶିକ୍ଷାବିତ୍ ଶ୍ୟାମସୁନ୍ଦର ବେହେରା, ସହଦେବ ସିଂହ, ଜୟଲଳିତା ସେଠୀ, ଲୋପାମୁଦ୍ରା ସେଠୀ, ଶ୍ୱେତାଶ୍ରୀ ଦେବଦିତା ପ୍ରମୁଖ ଯୋଗ ଦେଇ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମହାନ୍ତିଙ୍କର ଅବସର ପରେ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଶିକ୍ଷୟିତ୍ରୀ ସସ୍ମିତ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୋହନ କୁମାର ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଓ ଛାତ୍ରାଭିଭାବକମାନେ ଯୋଗ ଦେଇଥିଲେ ।