ହାତଧୁଆ ପ୍ରକଳ୍ପ ଉଦ୍ଘାଟିତ
ସାଲେପୁର: ରୋଟାରୀ କ୍ଲବ୍ ଅଫ୍ କଟକ ରାଡ଼ିଆନ୍ସ ତରଫରୁ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଲେଖନପୁର ଶ୍ରୀ ମଞ୍ଚେଶ୍ୱର ମହାଦେବ ମନ୍ଦିରରେ ହାତଧୁଆ ପ୍ରକଳ୍ପ ଉଦ୍ଘାଟନ ହୋଇଯାଇଛି । ରୋଟାରୀ କ୍ଲବ୍ ଅଫ୍ କଟକ ରାଡ଼ିଆନ୍ସର ସଭାପତି ଇନ୍ଦିରା ଶୁଭଦର୍ଶୀନୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଜିଲ୍ଲା ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର ଉପସ୍ଥିତ ରହି ହାତଧୁଆ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସହକାରୀ ପ୍ରାନ୍ତପାଳ ବିଦୁ୍ୟତ୍ କୁମାରୀ ଲାଲା, ରୋଟାରୀ କ୍ଲବ୍ ଅଫ୍ କଟକ ରାଡ଼ିଆନ୍ସ ସମ୍ପାଦିକା ବାଣୀ ନିର୍ମଳୟା ଦାସ, ସଭ୍ୟ ସଂଘମିତ୍ରା ପ୍ରହରାଜ, ମନ୍ଦିର କମିଟି ପକ୍ଷରୁ ବିଜୟ ଶତପଥୀ ଓ ରାମେଶ୍ୱର ଆନନ୍ଦ ଆତ୍ମା ଅଧ୍ୟକ୍ଷ ରାମଦାସ ଜୀଉ ପ୍ରମୁଖ ଉପସ୍ଥିତଥିଲେ । ଏହି ଅବସରରେ ଜିଲ୍ଲା ପ୍ରାନ୍ତପାଳ ପ୍ରାକ୍ତନ ସତ୍ୟଭାମାପୁର ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ କସ୍ତୁରବା ଗାନ୍ଧି କନ୍ୟାଶ୍ରମ ଅନ୍ତେବାସୀ ଗ୍ରହଣରେ ଅନ୍ନପୂର୍ଣ୍ଣା ଦିବସ ପାଳନ କରାଯାଇଥିଲା । ସତ୍ୟଭାମାପୁର ଗ୍ରାମବାସୀଙ୍କୁ ମଶାରୀ ବଣ୍ଟନ କରିଥିଲେ । ରାମେଶ୍ୱର ଆନନ୍ଦ ଆତ୍ମା ଆଶ୍ରମରେ ବୃକ୍ଷରୋପଣ କରିଥିଲେ । ଲେଖନପୁର ଗ୍ରାମରେ କମଳ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ଶ୍ରୀ ମଞ୍ଚେଶ୍ୱର ମନ୍ଦିର କମିଟି କର୍ମକର୍ତ୍ତା ପରିଚାଳନା କରିଥିଲେ ।