ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ
ସାଲେପୁର : ପବିତ୍ର ସୁନିଆଁ ତିଥି ଅବସରରେ ବିଭିନ୍ନ ଦୁର୍ଗାପୂଜା କମିଟି ପକ୍ଷରୁ ରୀତିନୀତି ଅନୁଯାୟୀ ମା’ଦଶଭୂଜାଙ୍କର ମାଟି ଅନୁକୂଳ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଧପୁର ଶାରଳା ପୂଜା କମିଟି, ମାଛୁଆତି ଦୁର୍ଗାପୂଜା କମିଟି, ଲୁଣାହାର ହାଟଦୁର୍ଗା ପୂଜା କମିଟି, ବେଲହୁଡ଼ା ଦୁର୍ଗାପୂଜା କମିଟି, ଜପକୁଦ ଦୁର୍ଗାପୂଜା କମିଟି ପକ୍ଷରୁ ପୂଜା ର୍ଚ୍ଚନା କରାଯାଇ ପବିତ୍ର ସୁନିଆଁ ତିଥି ପ୍ରଭୁ ବାମନଙ୍କ ଜନ୍ମତିଥି ଅବସରରେ ମା’ଙ୍କର ମାଟିଉଠା ରୀତି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପୂଜା କମିଟିର ସଦସ୍ୟମାନେ ନିଷ୍ଠାର ସହ ଉପସ୍ଥିତ ରହି ଏହି ଧାର୍ମିକ କାର୍ଯ୍ୟ ସଂପାଦନ କରିଥିଲେ ।