ବେଧଡ଼କ ବିକ୍ରି ଚାଲିଛି ନକଲି ମୃଦୁ ପାନୀୟ
କାକଟପୁର: ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ବିନା ଲାଇସେନ୍ସରେ ଏକାଧିକ ନକଲି ପାଣିପାଉଚ, ମିନେରାଲ ୱାଟର ସାଙ୍ଗକୁ ବିଭିନ୍ନ ପ୍ରକାର ନକଲି ଥଣ୍ଡା ଓ ସୋଢା ଆଦି ପାନୀୟ ଜଳର ବେନାମୀ କାରଖାନା ଓ ବିକ୍ରି ଅତି ବେଧଡକ ଭାବେ ·ଲିଛି । ଏମାନଙ୍କ ଉପରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ପୁଲିସ ପ୍ରଶାସନର ଅଙ୍କୁଶ ନଥିଲା ପରି ମନେ ହେଉଛି । ବିନା ଲାଇସେନ୍ସ ଓ ବିନା ଟେଷ୍ଟିଙ୍ଗିରେ ଏହି ନକଲି ଥଣ୍ଡା ପାନୀୟକୁ ଉତ୍ପାଦନ କରୁଥିବା ବେନାମୀ କାରଖାନା ମାଲିକ ଓ ବଜାରରେ ଏହି ନକଲି ଥଣ୍ଡା ପାନୀୟକୁ ବିକ୍ରୟ କରୁଥିବା ଦୋକାନୀ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉନଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହି ନକଲି ଥଣ୍ଡା ପାନୀୟକୁ ସେବନ କରିବା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଞ୍ଚଳର ଜନୈକ ପ୍ରତିଷ୍ଠିତ ଡାକ୍ତର ପ୍ରକାଶ କରିଛନ୍ତି । ବଜାରରେ ବିକ୍ରୟ ହେଉଥିବା ଅନେକ ପାଣି କମ୍ପାନୀର ପାଣି ବୋତଲ, ପାଣି ପାଉଚ ଓ ଥଣ୍ଡାର ବ୍ୟବହାର ଓ ଅବଧି ସଂପର୍କରେ କୌଣସି ସୂଚନା ନାହିଁ । ଅପରପକ୍ଷରେ ଏଠାକାର କେତେକ ବେନାମୀ କାରଖାନାର ମାଲିକ ଅଧିକ ଲାଭ ପାଇବା ଆଶାରେ ବାହାରୁ ନାମୀଦାମୀ କମ୍ପାନୀର ଲୋଗ ଥିବା ଜରି ଓ ଖାଲି ବୋତଲ କ୍ରୟ କରି ଶ୍ରମିକ ମାନଙ୍କ ଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶରେ ଦୂଷିତ ଜଳ ସାଥିରେ ବିଭିନ୍ନ ପ୍ରକାର ଥଣ୍ଡାର ଫ୍ଲେଭର ପାଣିରେ ମିଶାଇ ସେଥିରେ କିଛି ଗ୍ୟାସ ଭର୍ତ୍ତି କରି ବୋତଲକୁ ସିଲ କରି ବଜାରକୁ ଛାଡୁଛନ୍ତି । ପାଣି ଓ ଥଣ୍ଡା ଉତ୍ପାଦନ କରିବା ପାଇଁ ସରକାରଙ୍କ ଏକାଧିକ ନୀତି ନିୟମ ରହିଛି । କମ୍ପାନୀର ଟ୍ରେଡ଼ମାର୍କ, ପାଣିର ଟେଷ୍ଟିଙ୍ଗି ସାଟିଫିକେଟ, ଲାବୋରୀଟୋରୀ ସାଟିଫିକେଟ, ବିଏସଆଇ, ଆଇଏସଆଇ ମାନ୍ୟତା ସାଟିଫିକେଟ, ଫୁଡଲାଇସେନ୍ସ ଆଦି ଏକାଧିକ ସର୍ତ୍ତ ଓ ସର୍ତ୍ତାବଳୀ ସହ ଉତ୍ପାଦିତ ପାନୀୟଜଳ ଓ ଥଣ୍ଡାର ସ୍ୱ୍ଚ୍ଛତା, ଶୁଦ୍ଧତା, ରଙ୍ଗହୀନ, ଗନ୍ଧହୀନ, ହେବାପାଇଁ ନିୟମ ରହିଛି । ଏଠାରେ ତଥାକଥିତ ବେନାମୀ ପାଣି କମ୍ପାନୀ ମାନେ ଉପରୋକ୍ତ ସର୍ତ୍ତ ସର୍ତ୍ତାବଳୀକୁ ଗୁରୁତ୍ୱ ନଦେଇ କେବଳ ଲୋକ ଦେଖାଣିଆ ଭାବେ ଫୁଡ ଲାଇସେନ୍ସଟିଏ ହାତେଇ ପାଣି ଉତ୍ପାଦନ ହେଉଥିବା କାରଖାନା କାନ୍ଥରେ ଟାଙ୍ଗୀ ଦେଇ ଦୀର୍ଘ ଦିନ ଧରି ବେପାର ଚଳାଇ ଆସୁଛନ୍ତି । ସ୍ଥାନୀୟ ପୁଲିସ ଓ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହ ଏକ ସ୍ୱ୍ୱତନ୍ତ୍ର ସ୍କୋର୍ଡ ଗଠନକରି ଅ·ନକ ଭାବେ ବେନାମୀ ପାଣି ଓ ଥଣ୍ଡା ପ୍ରସ୍ତୃତି କାରଖାନା ଓ ବିକ୍ରି କରୁଥିବା ଦୋକାନୀ ମାନଙ୍କ ଉପରେ ଚଢ଼ାଉ କରି ଉତ୍ପାଦିତ ପାଣି ଓ ଥଣ୍ଡାର ନମୁନା ସଂଗ୍ରହ କଲେ ଉତ୍ପାଦିତ ଥଣ୍ଡା ପାନୀୟ ଜଳରେ କେତେ ଶୁଦ୍ଧତା ଓ ଗୁଣବତ୍ତା ରହିଛି ଜଣା ପଡନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।