ପ୍ରାଣୀ ଉଦ୍ୟାନ ଅଫିସରେ ପଶି ଆକ୍ରମଣ ସହ ଭଙ୍ଗାରୁଜା ; ୨ଗିରଫ
ଭୁବନେଶ୍ୱର, ୩୦ା୪ : ସୋମବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଅଫିସ ଭିତରକୁ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଥିଲେ । ଏହି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିଦେ୍ର୍ଦଶକଙ୍କ ଅଫିସରେ । ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ପୁଲିସ ସିସିଟିଭି ଆଧାରରେ ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ବାରଙ୍ଗ ସାମଲ ସାହିର ସନ୍ତୋଷ ସାମଲ ଓ ଦାରୁଠେଙ୍ଗର ସନ୍ତୋଷ ପାହାଡସିଂହ । ଏମାନଙ୍କ ଠାରୁ ୨ଟି ଖଣ୍ଡା ଜବତ କରାଯାଇଛି ।
ସୂଚନାଯୋଗ୍ୟଯେ, ସୋମବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିଦେ୍ର୍ଧଶକଙ୍କ ଅଫିସ ଭିତରକୁ ମାରଣାସ୍ତ୍ର ଧରି ପଶିବା ସହ ସେଠାରେ ଆତଙ୍କ ସୃଷ୍ଟି କରିଥିଲେ । ଅଫିସରେ ଉପସ୍ଥିତ ଥିବା ଉପ ନିଦେ୍ର୍ଦଶକଙ୍କ ଅଫିସରେ ଜୀବ ବିଜ୍ଞାନୀ ଡକ୍ଟର ରାଜେଶ ମହାପାତ୍ର, ଏସିଏଫ୍ ଡାକ୍ତର ସୁଦୀପ୍ତ କୁମାର ପଣ୍ଡା ଓ ଡକ୍ଟର ରଶ୍ମୀ ରଂଜନ ସ୍ୱାଇଁ ପ୍ରମୁଖଙ୍କୁ ଦୁର୍ବ୍ୟବହାର ସହ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହାସହ ଦୁର୍ବୃତ୍ତମାନେ ଅଫିସରେ ଥିବା କମ୍ପୁ୍ୟଟର, ଲାପଟପ୍, ପ୍ରିଣ୍ଟର୍, ଟିଭି ଏବଂ ଆସବାବପତ୍ର ସମେତ ଅନେକ ଅଫିସ୍ ସମ୍ପତ୍ତିକୁ ନଷ୍ଟ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି । ଯାହାର ଚିତ୍ର ସିସିଟିଭିରେ କଏଦ୍ ହୋଇଛି । ସେହିପରି ଅଡିଟ୍ ଅଧିକାରୀଙ୍କ ଲାପଟପ୍ ଓ ମୋବାଇଲ୍ ଫୋନକୁ ବି ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତ । ଏ ସଂପର୍କରେ ନନ୍ଦନକାନନ ଥାନାରେ ୧୧୩ରେ ମାମଲା ରୁଜୁ କରାଯାଇଥିଲା । ପରେ ସିସିଟିଭି ଫୁଟେଜ ଆଧାରରେ ଏଥିରେ ସଂପୃକ୍ତ ଥିବା ଦୁଇ ଦୁର୍ବୃତ୍ତଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରାଯାଇଥିବା ବେଳେ ଆଜି ଦଫା ୪୫୨, ୩୪୧, ୨୯୪ ଆଇପିସି ଧାରାରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।