ପ୍ରାଣୀ ବିଜ୍ଞାନ ବିଭାଗର ଆଲୋଚନାଚକ୍ର
ଆସିକା: ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଲକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । କଲେଜ୍ ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ ଉକ୍ତ ଆଲୋଚନାଚକ୍ରକୁ ଉଦଘାଟନ କରିଥିଲା ବେଳେ ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗ ମୁଖ୍ୟ ରୁଦ୍ରମାଧବ ମହାନ୍ତି ଅତିଥି ପରିଚୟ ଓ ପାଠଚକ୍ର ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ । ଆସିକା ବିଜ୍ଞାନ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପିକା ସେଲ କୁମାରୀ ଝା ସାଧନ ଅଧିକାରିଣୀ ରୂପେ ଯୋଗ ଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ମୁଖ୍ୟ ତଥା ପ୍ରଶାସନିକ ଅଧିକାରୀ ଅଭିଷେକ ବେହେରା,ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପିକା ଶୁଭଶ୍ରୀ ସାହୁ ,ଅଧ୍ୟାପକ ଉପେନ୍ଦ୍ର ମାଝି, ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପିକା କିରଣ ଡାକୁଆ , ଓଡ଼ିଆ ବିଭାଗ ଅଧ୍ୟାପକ ଅଜିତ୍ କୁମାର ମୁଖୀ ,ଗଣିତ ବିଭାଗ ଅଧ୍ୟାପକ ଆଲୋକ ପଧାନ, ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡକ୍ଟର ଜୀବନ କୃଷ୍ଣ ଦାସ , ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ସିଲୁ ସେଠି, ଅଧ୍ୟାପିକା କେ.ସ୍ମିତା ପାତ୍ର, ପ୍ରମୋଦ କୁମାର ଆପଟ୍ , ଅନୁପ କୁମାର ଷଡଙ୍ଗୀ ଏବଂ ମହାବିଦ୍ୟାଳୟର ପ୍ରାୟ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ଦୀପ୍ତିରାଣୀ ସାହୁ , ଦୀପ୍ତିମୟୀ ପାଣିଗ୍ରାହୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ରୂପାଲି ପୋଲାଇ , ସୃତି ସ୍ୱାଇଁ , ନନ୍ଦିନୀ ସ୍ୱାଇଁ , ଶୁଭସ୍ମିତା ପ୍ରଧାନ ଶୀର୍ଷକ ଭ ଭୌଗୋଳିକ ସମୟ ମାପ ଏବଂ ଜୀବନର ଉତ୍ପତ୍ତି" ବିଷୟରେ ସନ୍ଦର୍ଭ ପାଠ କରିଥିଲେ । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଆଲୋଚନା ଚକ୍ରକୁ ସାଫଲ୍ୟ ମଣ୍ଡିତ କରିଥିଲେ ।