ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

 କେନ୍ଦ୍ରାପଡା : ପ୍ରାଥମିକ ସ୍କୁଲ ଶିକ୍ଷକ ସଂଘ ଓଡିଶା (ପିଷ୍ଟା) କେନ୍ଦ୍ରାପଡା ଶାଖା ତରଫରୁ ଶିକ୍ଷକଙ୍କ ସମସ୍ୟା ନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ରେ ଲେବୁଲ ଭି(ଏ) ପ୍ରାଥମିକ ଶିକ୍ଷକ ମାନଙ୍କୁ ଲେବୁଲ ଭି(ବି) କୁ ପଦୋନ୍ନତି ଦେବାପାଇଁ ପ୍ରାଥମିକ ନିଦେ୍ର୍ଦଶକଙ୍କୁ କୁହାଯାଇଛି । 
ଯେଉଁଥିରେ କି ଗତ ୨୦୧୧ ଫ୍ରେବୃଆରୀ ପୂର୍ବରୁ ଯେଉଁମାନେ ଓଟିଇଟି କରି ନାହାଁନ୍ତି, ସେମାନଙ୍କୁ ପଦୋନ୍ନତି ଦେବାପାଇଁ ବାରଣ କରାଯାଇଛି । ନିଦେ୍ର୍ଦଶନାମା ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର ନିୟମ ୨୦୧୯ ର ପରିପନ୍ଥୀ ଅଟେ । ଏନସିଇଟିର ନିୟମ ଅନୁଯାୟୀ ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତି ପାଇଁ ଓଟିଇଟି ଆବଶ୍ୟକ । ପଦୋନ୍ନତି ପଇଁ ଆବଶ୍ୟକ ନାହିଁ । କିନ୍ତୁ ସମସ୍ତ ଶିକ୍ଷକ ମାନଙ୍କ ପଦୋନ୍ନତି ପାଇଁ ଓଟିଇଟି ଆବଶ୍ୟକ ଅଛି ବୋଲି ଗଣଶିକ୍ଷା ବିଭାଗ ତରଫରୁ ନିଦେ୍ର୍ଦଶନାମା ଜାରି କରାଯାଇ ଥିବାରୁ ଏହା ସମସ୍ତ ଶିକ୍ଷକଙ୍କୁ ଦୁଃଖିତ କରିଛି । ବିଭିନ୍ନ ପର୍ଯ୍ୟାୟରେ ଭିନ୍ନଭିନ୍ନ ପ୍ରାଥମିକ ଶିକ୍ଷକ ସଂଗଠନ ବିଭାଗ ପକ୍ଷରୁ ଆଲୋଚନା କରାଯାଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ । ତୁରନ୍ତ ଏହି ଦାବିକୁ ପୁରଣ କରିବା ସହିତ ଶିକ୍ଷକଙ୍କ ମୌଳିକ ସମସ୍ୟା ଦୂର କରିବା ସହିତ ବିଭାଗ ପକ୍ଷରୁ ଦିଆଯାଇଥିବା ନିଦେ୍ର୍ଦଶନାମାକୁ ୨୫ ତାରିଖ ସୁଦ୍ଧା ପ୍ରାତ୍ୟାହାର କରିବାକୁ ସଂଘ ସଂପାଦକ ଅକ୍ଷୟ କୁମାର ପୋଥାଳ ଦାବି କରିଛନ୍ତି ।