ଭିତରକନିକାରୁ ବେଢ ଜାଲ ଜବତ
ରାଜନଗର : ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନର ନିଷିଦ୍ଧାଞ୍ଚଳରୁ ବନ କର୍ମଚାରୀ ମାନେ ୨ବେଢ ଜାଲ ଜବତ କରିଛନ୍ତି । ନିଷିଦ୍ଧାଞ୍ଚଳରେ ବେଆଇନ ଭାବେ ମାଛଧରୁଥିବା ବିଶେଷ ସୂତ୍ରରୁ ଖବର ପାଇ ସହକାରୀ ବନ ସଂରକ୍ଷକ ମାନସ କୁମାର ଦାସ ଙ୍କ ନିଦେ୍ର୍ଦଶରେ ତାଳଚୁଆ ସେକ୍ସନ ଷ୍ଟାଫ୍ ମାନଙ୍କ ଦ୍ୱାରା ବ୍ରାହ୍ମଣୀ ନଦୀ ସ୍ଥିତ କାଦୁଆପାଳ ଠାରୁ ୨ଗୋଟି ବେଢ଼ ଜାଲ ଜବତ କରାଯାଇଛି । ବନ କର୍ମଚାରୀ ମାନଙ୍କୁ ଦେଖି ଆସାମୀ ମାନେ ଫେରାର ହୋଇ ଯାଇଥିଲେ । ଏହି ଚଢାଉ ରେ ଶ୍ରୀ କଳ୍ପତରୁ ସେଠୀ, ଗୋରାଚାନ୍ଦ୍ ସିଂ, ସତିଶ୍ ଲାକ୍ରା ପ୍ରମୁଖ ଫରେଷ୍ଟଗାର୍ଡ ମାନେ ସାମିଲ ଥିଲେ ।