ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

 ଧର୍ମଶାଳା : ପ୍ରତିଷ୍ଠାତା ସଦସ୍ୟା ପ୍ରେମଲତା ଜେନା(୭୦)ଙ୍କ ପରଲୋକରେ ପ୍ରେସ କ୍ଲବ ଧର୍ମଶାଳା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କ୍ଲବର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପ୍ରେସ କ୍ଲବର ଉପଦେଷ୍ଠା ବଟକୃଷ୍ଣ ପରିଡା, ଇନ୍ଦ୍ରମଣି ନାୟକ ଓ ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ ଯୋଗଦେଇ ଦିବଙ୍ଗତ ସଦସ୍ୟା ପ୍ରେମଲ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରେସ କ୍ଲବର ସହ ସମ୍ପାଦକ ମାନସ ରଞ୍ଜନ ଜେନା, କୋଷାଧ୍ୟକ୍ଷ ଅଖିଳ କୁମାର ସ୍ୱାଇଁ, ସାଙ୍ଗଠନିକ ସମ୍ପାଦକ ପ୍ରଶାନ୍ତ ଗନ୍ତାୟତ, ବିବେକ ରାୟ, ଅକ୍ଷୟ ରାଉତ, ବିକ୍ରମ ମହାନ୍ତି, ବିନୋଦ ସାହୁ, ବିନୋଦ ବିହାରୀ ପରିଡା, କପିଳେନ୍ଦ୍ର ରାଉତ, ଗିରିଧାରୀ ବେହେରା, କିଶୋର କୁମାର ରାଉତ ପ୍ରମୁଖ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତା ଜେନାଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।