ମଙ୍ଗଳାଙ୍କ ପ୍ରାଣ ପ୍ରତିଷ୍ଠା ବାର୍ଷିକୋତ୍ସବ
ପାଣିକୋଇଲି: କୋରେଇ ବ୍ଲକ ପଥରପଦା ପଞ୍ଚାୟତର କାଜିପାଟଣାା ଗ୍ରାମର ମା’ମଙ୍ଗଳା ଦେବୀଙ୍କର ନୁତନ ମନ୍ଦିର ବିଗ୍ରହ ପ୍ରାଣ ପ୍ରତିଷ୍ଠାର ବାର୍ଷିକ ଉସôବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଛି । ପଂଚକର୍ତ୍ତା ଭାବେ ସୁରେନ୍ଦ୍ର ବେହେରା, ଆନନ୍ଦ ଚନ୍ଦ୍ର ମହାକୁଡ, ବିଜୟ କୁମାର ବେହେରା, ଉକôଳ ଦାସ, ରାମଚନ୍ଦ୍ର ବାରିକ ପ୍ରମୁଖ ଯଜ୍ଞକଳସ ସ୍ଥାପନ କରିଥିଲେ । ପଣ୍ଡିତ ଭାବେ ଶତୃଘ୍ନ ପଣ୍ଡା, ଗୌରାଙ୍ଗ ପଣ୍ଡା, ବୃନ୍ଦାବନ ପଣ୍ଡା, ସୁମନ ତ୍ରିପାଠୀ, ସୀତାରାମ ପାଢୀ, ସତ୍ୟାନନ୍ଦ ରଥ, ରବିନାରାୟଣ ପାଢୀ ପ୍ରମୁଖ ଯୋଗଦେଇଥିଲେ । ଇତ୍ୟବସରରେ ଗୋ ପୁଜା,ସୁର୍ଯ୍ୟପୁଜା,ଷୋଡ଼ଶ ଉପଚାର ପୁଜା,ଚଣ୍ଡିପାଠ ନାମଯଜ୍ଞ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ନଟବର ମହାକୁଡ, ବିରଭଦ୍ର ସାହୁ, ନାରାୟଣ ବେହେରା, ଗଣେଷ ଚନ୍ଦ୍ର ବାରିକ, ଶ୍ରୀଧର ଦାସ, ପଂଚାନନ ବେହେରା, ସନ୍ତୋଷ ମହାକୁଡଙ୍କ ସମେତ ଗ୍ରାମର ସମସ୍ତ ବ୍ୟକ୍ତି ସହଯୋଗ କରିଥିଲେ ।