ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳିତ

ାା ପ୍ରଭାନୁ୍ୟଜ୍ ।ା ଜଗତସିଂହପୁର: ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜଗତସିଂହପୁର ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପ ଜିଲ୍ଲାପାଳ ବିବୁଧ ଗଡ଼ନାୟକ, ସମ୍ମାନିତ ଅତିଥିଭାବେ ଜିଲ୍ଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ଲ’ ଅଫିସର ଜଗନ୍ନାଥ ମିଶ୍ର, ଚିକିତ୍ସାଳୟର ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମଲ୍ଲ ପ୍ରମୁଖ ଯୋଗଦେଇ କହିଲେ ଯେ ଜିଲ୍ଲାର କୌଣସି ସ୍ଥାନରେ ଯେପରି କୌଣସି ମା’ କିମ୍ବା ଶିଶୁ କୁ-ପୋଷଣର ଶିକାର ନ ହୁଅନ୍ତୁ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଉପସ୍ଥିତ ସମସ୍ତଙ୍କୁ ସୁଷମ ଖାଦ୍ୟ, ସ୍ୱାସ୍ଥ୍ୟ ପ୍ରଦ ଜୀବନ ଶୈଳୀ ଏବଂ ସ୍ୱଚ୍ଛ ପରିବେଶ ହିଁ କୁପୋଷଣକୁ ଦୂର କରି ଏକ ସୁସ୍ଥ ସମାଜ ଗଠନ କରିପାରିବ ବୋଲି କହିଥିଲେ  । ସୂଚନା ଥାଉକି ସେପ୍ଟେମ୍ବର ୧ରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ  ପାଳନ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ରକ୍ତହୀନତା, ଏହାର ପରୀକ୍ଷା, ଚିକିସôା ବିଷୟରେ ଆଲୋଚନା କରିବା, ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା, ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯନôବାନ୍ ହେବା ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ, ଡିପିସି ମିଶନ ଶକ୍ତି, ଜିଲ୍ଲାର ସମସ୍ତ ସିଡିପିଓ, ଅଙ୍ଗନବାଡି ସୁପର୍ ଭାଇଜର, କର୍ମୀ, ପୋଷଣ ଜିଲ୍ଲା କୋର୍ଡିନେଟର, ବ୍ଲକ୍ କୋର୍ଡିନେଟରଙ୍କ ସମତେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ସାଧାରଣ ସଭାରେ ବିଷ୍ଣୁପ୍ରିୟା ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ତପସ୍ୱିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ  ।