ପ୍ଲାନେଟୋରିୟମରେ ଭିଡ଼ 

 ଭୁବନେଶ୍ୱର: ସୌର ଜଗତର ମଙ୍ଗଳ, ଶୁକ୍ର, ବୃହସ୍ପତି, ଶନି, ନେପଚୁନ୍ ଓ ୟୁରେନସ୍ ସମେତ ୬ଟି ଗ୍ରହଙ୍କୁ ନେଇ ବିରଳ ମହାଜଗତିକ ଦୃଶ୍ୟ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟାରିୟମରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଗ୍ରହଗୁଡ଼ିକ ଏକ ସରଳ ରେଖାରେ ରହିବା ଦ୍ୱାରା ଆକାଶରେ ଏକ ସୁନ୍ଦର ଦୃଶ୍ୟ ସୃଷ୍ଟି କରିଥିଲା । ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଟେଲିସ୍କପ୍ ମାଧ୍ୟମରେ ବିଭିନ୍ନ ଗ୍ରହକୁ ଦେଖିବା ପାଇଁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଉସôାହ ଦେଖିବାକୁ ମିଳିଥିଲା ।