ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ସଚେତନତା 

 ଭଦ୍ରକ : ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଆଇସିଏସ୍ ଆଇନ୍ କଲେଜରେ ସୁପ୍ରିମକୋର୍ଟରେ ନ୍ୟାୟକୁ ବିଚାର କୃତ୍ରିମ ଜ୍ଞାନ କୌଶଳ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଆଇନ୍ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍, ସିଭିଲ୍ ଫୌଜଦାରୀ ଆଇନ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟହେଲା ସୁପ୍ରିମକୋର୍ଟରେ ବିଚାର ହେଉଥିବା ମାମଲା ବା କେଶ୍ ସବୁର ଆଞ୍ଚଳିକ ଭାଷା ମାଧ୍ୟମରେ ଲୋକଙ୍କ ପାଖରେ କିପରି ସହଜରେ ପହଞ୍ଚô ପାରିବ ଏବଂ ଗରିବ ନିଷ୍ପେସିତ ତଥା ଅବହେଳିତ ଲୋକମାନେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ସହାୟତାରେ ଉପଯୁକ୍ତ ନ୍ୟାୟ ପାଇପାରିବେ । ଆଇନ୍ ପଢୁଥିବା ଛାତ୍ରଛାତ୍ରୀଙ୍କୁ କୃତ୍ରିମ ଜ୍ଞାନକୌଶଳ ତଥା ଅନ୍ୟାନ୍ୟ ବିଷୟ ସବୁ ଆଲୋଚନା ମାଧ୍ୟରେ ଅତିଥିମାନେ କହିଥିଲେ । ଜିଲ୍ଲା ଆଇନ୍ସେବା ପ୍ରାଧକରଣର ସଚିବ ଶ୍ରୀ ରଥ ଏବେ ୯୦ ଦିନର ଚାଲୁଥିବା କ୍ୟାମ୍ପେନ ଉପରେ ମଧ୍ୟ ଆଲୋକପାତ କରି ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଯେ, ମଧ୍ୟସ୍ଥତା ହେଉଛି ଏପରି ଏକ ପ୍ରକ୍ରିୟା ଯାହାକି ବହୁତ ଲୋକ ସୁବିଧାରେ ଏବଂ ସହଜରେ ସେମାନଙ୍କ ମାମଲାର ସମାଧାନ ମଧ୍ୟସ୍ଥା କେନ୍ଦ୍ରରେ ବହୁତ ଶିଘ୍ର ଲାଭ ଉଠାଇ ପାରିବେ । କାର୍ଯ୍ୟକ୍ରମରେ ସମ୍ବିତ ମାଝି, ଅତିରିକ୍ତ ଆରକ୍ଷୀ ଅଧିକାରୀ ଆଇସିଏସ୍ ଆଇନ୍ କଲେଜ ନିଦେ୍ର୍ଦଶକ ଜୟପ୍ରକାଶ କର, ଅଧ୍ୟକ୍ଷ ଡ. ଦେବେନ୍ଦ୍ର ମିଶ୍ର, ମୁଖ୍ୟ ବିଭାଗୀୟ ଅଧିକାରୀ ଡ. ସନ୍ତୋଷ ରଥ, ଡ଼େପୁଟି ମୁଖ୍ୟ ମୋଜାହିଦ୍ ଅଖତାର ଖାନ, ସହାୟକ ଅଧିକାରୀ ଡ. ତାପସ ମହାନ୍ତି, କିଶୋର ନ୍ୟାୟ ପରିଷଦର ସଦସ୍ୟ ବନମାଳୀ ଜେନା ଏବଂ କଲେଜର ବରିଷ୍ଠ ଅଧ୍ୟାପକମାନେ ବିଭୁ ପ୍ରସାଦ ମହାପାତ୍ର, ମାନସ ରଞ୍ଜନ ମିଶ୍ର ଯୋଗ ଦେଇଥିଲେ ।