ମେସିନ ମାଲିକଙ୍କୁ ରୋଜଗାର ଯୋଗଉଛି ମନରେଗା ଯୋଜନା
ମାଲକାନଗିରି: ଜିଲ୍ଲାରେ ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ ଦ୍ୱାରା କାର୍ଯ୍ୟ କରାଇବା ଏକ ପ୍ରକାର ପ୍ରଥା ସ୍ୱରୂପ ହୋଇଯାଇଥିବା ବେଳେ ଏନେଇ ପୂର୍ବରୁ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି । ଏହା ସତ୍ବେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ମନରେଗା କାର୍ଯ୍ୟରେ ମେସିନ ଲାଗିବା ବନ୍ଦ ହେବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ହୋଇଥିବା ବେଳେ ଏହା କିନ୍ତୁ ନିଜର ମୂଳ ଲକ୍ଷରୁ ଓହରି ମେସିନ ମାଲିକମାନଙ୍କୁ ରୋଜଗାର ଯୋଗଉଥିବା ଅଭିଯୋଗ ହୋଇଛି । କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମରୁ । ସୂଚନା ଅନୁଯାୟୀ ଏହି ଗ୍ରାମରୁ ଫାର୍ମ ରାସ୍ତା ଯାଏଁ ମାନରେଗା ଯୋଜନା ମାଧ୍ୟମରେ ଏକ ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ହୋଇଥିବା ବେଳେ ଏହି ରାସ୍ତା କାମକୁ ଶ୍ରମିକ ମାନେ କରିବାର ନିୟମ ରହିଛି ।