ଫଟୋ ଲାଗି ରାଜନୀତିରେ ବଳି ପଡ଼ିଲେ ମନ୍ତ୍ରୀ !
୪ଟି ଫଟୋ ଲାଗି ଗଲା କ୍ୟାବିନେଟ୍ ମନ୍ତ୍ରୀ ପଦ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମହାରାଷ୍ଟ୍ରରେ ସରପଂଚ ହତ୍ୟାକୁ ନେଇ ହୋଇଥିବା ରାଜନୀତିରେ ବଳି ପଡ଼ିଛନ୍ତି ମନ୍ତ୍ରୀ। ଗତକାଲି ବିଳମ୍ବିତ ରାତ୍ରୀରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ୍ ପାୱାରଙ୍କ ମଧ୍ୟରେ ହୋଇଥିବା ରୁଦ୍ଧଦ୍ବାର ବୈଠକ ପରେ ଚର୍ଚ୍ଚା ହେଉଥିଲା କି ଧନଞ୍ଜୟ ମୁଣ୍ଡେ କ୍ୟାବିନେଟ୍ ମନ୍ତ୍ରୀପଦରୁ ଇସ୍ତଫା ଦେବେ ବୋଲି । ଆଉ ଆଜି ସକାଳୁ ସକାଳୁ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ସେ ଫଠାଇଥିବା ଜଣାପଡ଼ିଛି ।