ଚାଷୀ ଓ ମହିଳାଙ୍କୁ ଗୁରୁତ୍ୱ,: ବିହାର ବଜେଟ୍

ଗତକାଲି ବିହାର ବିଧାନସଭାରେ ଉପସ୍ଥାପିତ ହୋଇଯାଇଛି ରାଜ୍ୟ ବଜେଟ୍ । ବିହାର ପାଇଁ ୩.୧୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଘୋଷଣା କରିଛନ୍ତି ନୀତିଶ ସରକାର । ପୂର୍ବ ଅନୁମାନ ଅନୁସାରେ ବଜେଟ୍ ଆସିଛି, ବିଶେଷଜ୍ଞଙ୍କ ମତରେ ଏଥର ୩.୨୫ ଲକ୍ଷ କୋଟିରୁ ସାଢେ ୩ଲକ୍ଷ କୋଠି ଭିତରେ ବଜେଟ୍ ଆସିବାର ଅନୁମାନ କରାଯାଉଥିଲା । ତେବେ ଏହି ବଜେଟକୁ ନିର୍ବାଚନୀ ବଜେଟ୍ ବୋଲି କୁହାଯାଉଛି । ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷର ବଜେଟରେ ବଡ ବୃଦ୍ଧି କରାଯାଇଛି । ବଜେଟରେ ରାଜ୍ୟର ପ୍ରତ୍ୟେକ ବର୍ଗକୁ ପୂର୍ଣ୍ଣ ଧ୍ୟାନ ଦିଆଯାଇଛି । ଚାଷୀଙ୍କ ଆୟ ବୃଦ୍ଧି ଏବଂ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ)ରେ ଡାଲି କିଣିବା ନେଇ ବି ବଜେଟରେ ଘୋଷଣା କରାଯାଇଛି ।
ଚାଷୀଙ୍କ ପାଇଁ ବଜେଟରେ କ’ଣ ରହିଛି?
ବଜେଟରେ ଚାଷୀଙ୍କୁ ଗୁରୁତ୍ୱ ଦିଆଯାଇଛି । ବିହାରର ୨୧ଟି କୃଷୀ ଉତ୍ପାଦନ ବଜାର ପ୍ରାଙ୍ଗଣର ଆଧୁନୀକରଣ ଏବଂ ବିକାଶ ପାଇଁ ମୋଟ ୧୨୮୯ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ବ୍ୟତିତ ଏନସିସିଏଫ୍ ଓ ଏନଇଏଫଡି ସହିତ ପରାମର୍ଶ କରି ଡାଲି ଜାତୀୟ ଶଶ୍ୟ ଉପରେ ଏମଏସପି ସ୍ଥିର କରାଯିବା ନେଇ ଘୋଷଣା ହୋଇଛି । ରାଜ୍ୟର ସମସ୍ତ ସବ-ଡିଭିଜନ୍ ଏବଂ ବ୍ଲକ୍ ସ୍ତରରେ ‘ତରକାରୀ ସୁଧା’ ଆଉଟଲେଟ୍ ଖୋଲାଯିବ ।
ବଜେଟରେ ମହିଳାଙ୍କୁ ଗୁରୁତ୍ୱ : ବଜେଟରେ ମହିଳାଙ୍କୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦିଆଯାଇଛି । ପ୍ରମୁଖ ସହରଗୁଡିକରେ କର୍ମଜୀବୀ ମହିଳାଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରାଯିବ ବୋଲି ଘୋଛଣା କରାଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟର ସଡକ ପରିବହନ ନିଗମରେ ଚାକିରି ପାଇଁ ମହିଳାଙ୍କୁ ୩୩ପ୍ରତିଶତ ସଂରକ୍ଷଣ ମିଳିବ । ଦେଶରେ ସବୁଠୁ ଅଧିକ ମହାଳା ସିପାହି, ବିହାରରୁ ହୋଇଥିବାରୁ ସେମାନଙ୍କ ପୋଷ୍ଟିଂ ନିଜ ଜନ୍ମମାଟି ବା ଘର ନିକଟରେ କରିବାକୁ ବ୍ୟବସ୍ଥା କରାଯାଇଛି ।
ଏହା ବ୍ୟତିତ, ଯେଉଁ ମହିଳାମାନେ ଅଟୋ, ରିକ୍ସା ଏବଂ ଗାଡି ଚଳାଇ ପେଟ ପୋସୁଛନ୍ତି । ସେମାନଙ୍କ ପାଇଁ ବି ଅନୁଦାନ ବ୍ୟବସ୍ଥା କରିଛନ୍ତି ବିହାର ସରକାର । ଇ-ରିକ୍ସା ଏବଂ ଦୁଇଚକିଆ ଯାନ କରିଣିବା ପାଇଁ ସରକାର ଅନୁଦାନ ଦେବାର ବ୍ୟବସ୍ଥା କରାଯାଇଛି । ବଡ ବଡ ସହରରେ ମହିଳାଙ୍କ ପାଇଁ ଡ୍ରାଇାଭିଂ ସେଣ୍ଟର ଖୋଲିବ । ଏଥିରେ ବି ମହିଳା ପ୍ରଶୀକ୍ଷଣକାରୀଙ୍କୁ ହିଁ ନିଯୁକ୍ତି ଦିଆଯିବ । କେବଳ ଏତିକି ନୁହେଁ ସରକାର ଖୋଲିବେ ‘କନ୍ୟା ମଣ୍ଡପ’ । ଯେଉଁଥିରେ ଗରିବ ଶ୍ରେଣୀର ଲୋକଙ୍କ ଝିଅ ବାହାଘର କରାଯିବ । ଦିଲ୍ଲୀ ପରି ବିହାରରେ ବି ମହିଳାଙ୍କ ପାଇଁ ପିଙ୍କ୍ ବସ୍ ସେବା ଆରମ୍ଭ ହେବ । ଯେଉଁଥିରେ ଡ୍ରାଇଭର ଏବଂ କଣ୍ଡକଟର ମହିଳା ହିଁ ରହିବେ ।
ଶିକ୍ଷା ଉପରେ ସର୍ବାଧିକ ଖର୍ଚ୍ଚ : ବିହାର ବଜଟରେ ଶୁକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏଥର ବଜେଟରେ ଶିକ୍ଷା ବିଭାଗ ପାଇଁ ୬୦୯୭୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଏହି ଟଙ୍କାରେ ୩୫୮ ବ୍ଲକରେ କଲେଜ୍ ଖୋଲାଯିବ । ପଛୁଆ ବର୍ଗଙ୍କୁ ଦିଆଯାଉଥିବା ଛାତ୍ରବୃତ୍ତି ଦ୍ୱିଗୁଣିତ ହେବ । ଏସସି-ଏସଟି ଛାତ୍ରବୃତ୍ତି ବି ଦ୍ୱିଗୁଣିତ ହେବ ।
ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ : ଚଳିତ ରାଜ୍ୟ ବଜେଟରେ ବିହାର ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇଛି । ବଡବଡ ସବ-ଡିଭିଜନରେ ରେଫରାଲ୍ ହସ୍ପିଟାଲ ଖୋଲାଯିବା ନେଇ ଘୋଷଣା ହୋଇଛି । ଏହା ବ୍ୟତିତ ୧୦୮ଟି ଚିତିତ୍ସା ସୁବିଧା କେନ୍ଦ୍ର ଖୋଲିବ । ସବୁ ସରକାରୀ ହସ୍ପିଟାଲରେ କର୍କଟ ଚିକିତ୍ସା ବିଭାଗ ଖୋଲିବ । ରାଜ୍ୟର ପ୍ରମୁଖ ସହରରେ ପିପିଡି ମୋଡରେ ମେଡିକାଲ କଲେ ଖୋଲିବ ।
କ୍ରୀଡାକୁ ଗୁରୁତ୍ୱ: ବିହାର ୨୦୨୫-୨୬ ବଜେଟରେ ଖେଳକୁ ଗୁରୁତ୍ୱ ଦିଆଯାଇଛି । ବିହାରର ସମସ୍ତ ବିଭାଗରେ କ୍ରୀଡା ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତି ବ୍ଲକରେ ଆଉଟ ଡୋର ଷ୍ଟାଡିୟମ୍ ପାଇଁ ବି ଅନୁମତି ମିଳିଛି ।
କେଉଁ ବିଭାଗ ପାଇଁ କେତେ...
ଯେଉଁସବୁ ବିଭାଗକୁ ଗୁରୁତ୍ୱ ମିଳିଛି, ସେହି ସେହି ବିଭାଗ ପାଇଁ କେତେ କେତେ କେତେ ଅନୁଦାନ ମିଳିଛି ଆସନ୍ତୁ ଜାଣିବା । ଶିକ୍ଷା ବିଭାଗ ପାଇଁ ୬୬୦୯୭୪ କୋଟି, ସ୍ୱାସ୍ଥ୍ୟ ବିଭାଗ ପାଇଁ ୨୦୩୩୫, ଗୃହ ବିଭାଗ ପାଇଁ ୧୭୮୩୧ କୋଟି, ଗ୍ରାମୀଣ ବିକାଶ ପାଇଁ ୧୬୦୪୩ ଏବଂ ଶକ୍ତି ବିଭାଗ ପାଇଁ ୧୩୪୮୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।