ଫର୍ଣ୍ଣିଚର ପ୍ଲାଜା ଆଣ୍ଡ ଇଲୋକ୍ର୍ଟୋନିକ୍ସର ବାର୍ଷିକୋତ୍ସବ

 ପାରାଦୀପ: ଦୋଛକି ନିକଟସ୍ଥ କଟକ-ପାରାଦୀପ  ରାଜ୍ୟ ରାଜପଥ  ପାଶ୍ୱର୍ରେ ଅବସ୍ଥିତ  ‘ଫର୍ଣ୍ଣିଚର ପ୍ଲାଜା ଆଣ୍ଡ ଇଲୋକ୍ଟ୍ରେିନିକ୍ସ’ ସୋ-ରୁମ୍ର   ଅଷ୍ଟତମ ବାର୍ଷିକୋତ୍ସବ ମହାସମାରୋହରେ  ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ସୋ-ରୁମର ସତ୍ୱାଧିକାରୀ ଦିପ୍ତୀ ରଞ୍ଜନ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ, ପୌର ପାରିଷଦ କେଦାର ନାଥ ଜେନା ଓ ଅଜିତ ଷଡଙ୍ଗୀ,  ଜଗତସିଂହପୁର ସାଂସଦ ପାରାଦୀପ ପ୍ରତିନିଧି ଗୌତମ  ନାୟକ, ପାରାଦୀପ ନଗର କଂଗ୍ରେସ ସଭାପତି  କେଦାର  ନାଥ ବିଶ୍ୱାଳ, ୟୁକୋ ବ୍ୟାଙ୍କ ପାରାଦୀପ ଶାଖା ମ୍ୟାନେଜର ଅନିଲ ପଣ୍ଡା, କୋର୍ଡିନେଟର ସିନ୍ଧୁୁ ଜେନା, ସମାଜସେବୀ ଶ୍ରୀପତି ସ୍ୱାଇଁ ଓ ଦୂର୍ଯେ୍ୟାଧନ ନାୟକ ପ୍ରମୁଖ ସମ୍ମାନ୍ନିତଅତିଥି ଭାବେ ଯୋଗଦେଇ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି   ସଠିକ ଲୋକେସନରେ ଏଭଳି ଏକ ଅତ୍ୟାଧୁନିକ ବୈଦୁ୍ୟତିକ ଓ  ଫର୍ଣ୍ଣିଚର ସୋ-ରୁମ କରିଥିବା ସତ୍ୱାଧିକାରୀ ଦିପ୍ତୀ ରଞ୍ଜନ ନାୟକ କହିଛନ୍ତି । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୋ-ରୁମର ବାର୍ଷିକୋତ୍ସବରେ  ଲଟେରୀ ଉଠାଣ କରାଯାଇଥିଲା । ଲଟେରୀ ନିମନ୍ତେ  ଗତ  ଦୁଇ ମାସ ଧରି ସର୍ବନିମ୍ନ ୧୦ ହଜାର ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ସାମଗ୍ରୀ ଖରିଦ କରିଥିବା ଗ୍ରାହକଙ୍କୁ  ସୋ-ରୁମ ପକ୍ଷରୁ ଦିଆଯାଇଥିବା ଲଟେରୀ କୂପନରେ ପ୍ରଥମ  ପ୍ରାଇଜ ଏକ ଏ.ସି, ଦ୍ୱିତୀୟ ପ୍ରାଇଜ ବକ୍ସ ବେଡ୍, ତୃତୀୟ ପ୍ରାଇଜ ଷ୍ଟିଲ ଆଲମିରା, ଚତୁର୍ଥ  ପ୍ରାଇଜ ୱାସିଂ ମେସିନ, ପଞ୍ଚମ ପ୍ରାଇଜ ଡ୍ରେସିଂ ଟେବୁଲ, ଷଷ୍ଠ ପ୍ରାଇଜ ଗ୍ରାଇଣ୍ଡର, ସପ୍ତମ ପ୍ରାଇଜ ଅଫିସ ଟେବୁଲ ଓ ଅଷ୍ଟମ ପ୍ରାଇଜ ପ୍ରେସର କୁକର୍ ପ୍ରଦାନ କରାଯାଇଥିଲା । ଉତ୍ସବରେ ପାରାଦୀପ ନଗର ବିଜେଡିର ସାଧାରଣ ସମ୍ପାଦକ ଶଙ୍କର ପ୍ରସାଦ ରାଉତ ମଞ୍ଚ ସଞ୍ଚାଳନ କରିଥିବା ବେଳେ, କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସତ୍ୟ ରଞ୍ଜନ ସାମନ୍ତରାୟ । ଉତ୍ସବକୁ ସଫଳ କରିବାରେ ସହାୟତା କରିଥିଲେ କୂଳମଣୀ ସାହୁ, ଅଶାନ୍ତ ବିଶ୍ୱାଳ,ନିରଞ୍ଜନ ଭଟ୍ଟ, ସଞ୍ଜୟ ମହାନ୍ତି, ଚିତ ରଞ୍ଜନ ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।