ସ୍କାଉଟ ଆଣ୍ଡ ଗାଇଡ୍ ରାଜ୍ୟ ପୁରସ୍କାର ଉତ୍ସବ

 କଣାସ : ଭାରତ ସ୍କାଉଟ ଓ ଗାଇଡ ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ସ୍ଥିତ ରାଜଭବନରେ ଆୟୋଜିତ ରାଜ୍ୟ ପୁରସ୍କାର ଉତ୍ସବରେ କଣାସ ବ୍ଲକ୍ର ଜନମଙ୍ଗଳ କ୍ଲବ୍ ରୋଭର୍ ରେଞ୍ଜର ଗ୍ରୁପ କଣାସର ୧୧ଜଣ, ସ୍କାଉଟ୍ଗାଇଡ ୪୭ଜଣ, କବବୁଲବୁଲ ୨୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । କଣାସ ଅଞ୍ଚଳର ସ୍କାଉଟ ଶିକ୍ଷକ ବାଳକୃଷ୍ଣ ସାହା, ପୁରୀ ଜିଲ୍ଲା ଗାଇଡ କମିଶନର ରୁପଶ୍ରି ଛୋଟରାୟ, କବ ମାଷ୍ଟର ଟୁଲୁଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ପୂର୍ବରୁ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ସହାୟତା ଜିଲ୍ଲାସ୍ତରୀୟ କ୍ୟାମ୍ପାରୀ ଏବଂ ରାଜ୍ୟସ୍ତରୀୟ ଜାମ୍ବୋରୀଏଟ୍ରେ ଯୋଗଦେଇ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମରେ ଅଗ୍ରଣୀ ସ୍ଥାନ ଅଧିକାର କରିଥିବା ଶ୍ରୀମତି ଛୋଟରାୟ ସୂଚନା ଦେଇଛନ୍ତି । ରାଜ୍ୟ ସ୍କାଉଟଗାଇଡ କମିଶନର ଏବଂ ଶିକ୍ଷାଧିକାରୀ ରାଜ୍ୟପୁରସ୍କାର ଉତ୍ସବରେ ଯୋଗଦେବା ପାଇଁ ସ୍କୁଲକୁ ନିଦେ୍ର୍ଦଶ ଦେଇଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ସ୍କାଉଟଗାଇଡ୍ ରାଜ୍ୟ କମିସନର ଡ. କାଳୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ରାଜ୍ୟପାଳ ହରି ବାବୁ କମ୍ଭମପତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ପୁରୀ ଜିଲ୍ଲା ଗାଇଡ୍ କମିଶନର ରୂପଶ୍ରୀ ଛୋଟରାୟ ଏବଂ କବ ମାଷ୍ଟର ଟୁଲୁ ଚନ୍ଦ୍ର ନାୟକଙ୍କୁ ତାଙ୍କର ନିରବଚ୍ଛିନ୍ନ ସେବା ସଂଗଠନକୁ ପ୍ରଦାନ କରିଥିବାରୁ ସର୍ଭିସ ଷ୍ଟାର ପଦକ ସହିତ ମାନପତ୍ର ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀ ରାଜ୍ୟ ପୁରସ୍କାର ପାଇବା ସହିତ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଏନେଇ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବ୍ଲକ୍ ଶିକ୍ଷାଧିକାରି, ଜିଲ୍ଲା ସ୍କାଉଟ ଗାଇଡ୍ ଅଧିକାରୀ ମହେନ୍ଦ୍ର ବିଶ୍ୱାଳ, ଦେବାଶିଷ ମିଶ୍ର, ମିନାକ୍ଷୀ ମିଶ୍ର, ରୂପଶ୍ରୀ ଛୋଟରାୟ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରା, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅଞ୍ଚଳବାସୀ ପିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।