ବାସନ୍ତୀ ଦୁର୍ଗାପୂଜା ଉଦ୍ୟାପିତ

 ଯାଜପୁର ବ୍ଲକ୍ ଅନ୍ତର୍ଗତ ସୁଜନପୁର ବଜାରରେ ବାସନ୍ତୀ ଦୁର୍ଗା ପୂଜା ବିଧି ଅନୁଯାୟୀ ଉଦ୍ୟାପିତ ହୋଇଯାଇଛି । ବଜାର କମିଟିର ଦୋକାନୀ ଦୀର୍ଘ ଦିନହେଲା ଏହି ପରମ୍ପରାକୁ ବଜାୟ ରଖିଛନ୍ତି । ଗତକାଲି ପବିତ୍ର ଦଶହରା ପୂଜା ପରେ ପୂର୍ଣ୍ଣାହୁତି ପ୍ରଦାନ ପରେ ଓ ସିନ୍ଦୁର ଖେଳ ସହ ସମୂହ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ବଜାର କମିଟିର ସଭାପତି ଦେବ ରାଉତ, ସଂପାଦକ ପ୍ରଭାସ ସାହୁ ଯଥାବିଧି ପୂଜା କାର୍ଯ୍ୟ ସମ୍ପାଦିତ କରିଥିଲେ । ପୂଜା କମିଟି ତରଫରୁ ସମାଜସେବୀ ରବି ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ପ୍ରତ୍ୟେକ ସନ୍ଧ୍ୟାରେ ଆଂଚଳିକ ପଂଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଚିତରଞ୍ଜନ ସାମଲଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା ।