ଜିଲ୍ଲା କଂଗ୍ରେସ ପକ୍ଷରୁ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ

ବାଲେଶ୍ୱର: ସଂସଦରେ ଗୃହମନ୍ତ୍ରୀ ଅମିତ ସାହା, ଭାରତରନô ଡ଼.ବାବାସାହେବ ଆମ୍ବେଦକର ଙ୍କ ବିଷୟରେ ଅପମାନିତ କୁମନ୍ତବ୍ୟ ଦେଇଥିବା ପ୍ରତିବାଦରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଅମିତ ସାହଙ୍କ କୁସ ପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରୀଙ୍କ ନେତୃତ୍ୱରେ ପୋଲିସ ଲାଇନ ଛକ ସ୍ଥିତ ଡ. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଆଗରେ ଅନୁଷ୍ଠିତ ହୋଇଛି । ଏହି କୁସ ପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ବହୁସଂଖ୍ୟକ କଂଗ୍ରେସ ନେତା କର୍ମୀ ମାନେ ଉପସ୍ଥିତ ଥିଲେ । ଏହି ଅବସରରରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଗିରି ଓ ପୁର୍ବତ୍ତନ ରେମୁଣା ବିଧାୟକ ତଥା କଂଗ୍ରେସ ନେତା ସୁଦର୍ଶନ ଜେନା କହିଛନ୍ତି ଯେ, ଆଜି ସକାଳ ଠାରୁ ଅମିତ ସାହାଙ୍କୁ ବଞ୍ଚାଇବା ପାଇଁ ବିଜେପି ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ମିଛ ନାଟକ ସଂସଦରେ ରଚାଯାଇଛି । ବିଜେପିକୁ ପ୍ରଶ୍ନ କରିଥିଲେ କି କାହିଁକି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୀ ଏବଂ ଇଣ୍ଡିଆ ମେଣ୍ଟର ସାଂସଦଙ୍କୁ ବିଜେପି ସାଂସଦ ଅଟାକାଇ ଥିଲେ । ସଂସଦରେ ଏତେ ସି ସି ଟିଭି କ୍ୟାମେରା ଲାଗିଥିବା ପରେ ବି ଗୋଟେବି ଘଟଣାର ଭିଡିଓ ଏ ପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନାହିଁ । ଯଦି ବିଜେପି ଦଳର ସାହସ ଥାଏ ତାହେଲେ ଏ ସବୁ ପ୍ରଶ୍ନର ଉତ୍ତର ଦିଅନ୍ତୁ ନଚେତ୍ ଦେଶବାସୀଙ୍କ ସାମ୍ନାରେ ବିଜେପି କ୍ଷମା ମାଗୁ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମଲୋଚନ ଲେଙ୍କା, ସଦର ବିଧାୟକ ପାର୍ଥିନି ମୋନାଲିସା ଲେଙ୍କା, ଅର୍ଚ୍ଚନା ନଦୀ, ଜ୍ୟୋସô୍ନା ସେନାପତି, କୁମୁଦିନି ଦାସ, ପ୍ରତିମା ପଣ୍ଡା, ସରୋଜ ଲେଙ୍କା, ଗୋପୀନାଥ ପାଢ଼ୀ, ବିକାଶ ଦାସ, ରଞ୍ଜନ ଦାଶ, କୃଷ୍ଣ ଗୋପାଳ ପଣ୍ଡା, ଗୌତମ ସାହୁ, କନେଇଁ ବେହେରା, ଜୀବନ ମହାପାତ୍ର, ଅଜଗର ଅଲ୍ଲୀ, ଜୀବନ ବାରିକ, ବିଦ୍ୟାଧର ମହାନ୍ତି, କେଶବ ନାୟକ, ସେକ ରାଜୁ, ବିନିତା ବାରିକ, ସୁବ୍ରତ ରାଉଳ, ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।