ସ୍ନେହମୟୀଙ୍କୁ ‘ସରଳା ଦେବୀ ସମ୍ମାନ’
ପାରାଦୀପ : "ବ୍ୟାସ ଫାଉଣ୍ଡେସନ’ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କୁ ମିଳିଛି ‘ସରଳା ଦେବୀ ସମ୍ମାନ’ । ସେ ତାଙ୍କର ସେବା, ବ୍ରତ, ପରୋପକାର, ସମାଜମଙ୍ଗଳ କାର୍ଯ୍ୟଧାରା ମାଧ୍ୟମରେ ଓଡ଼ିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଜଗତସିଂହପୁର ଜିଲ୍ଲାର ଗୌରବ ତଥା ପ୍ରଥମ ମହିଳା ବିଧାୟିକା, ସ୍ୱାଧୀନତା ସଂଗ୍ରାମୀ,ସାରସ୍ୱତ ସାଧିକା,ବହ୍ନି କନ୍ୟା ସରଳା ଦେବୀଙ୍କର ୧୨୨ ତମ ଜନ୍ମ ଜୟନ୍ତୀ ଯାହା ସରଳା ଦେବୀ ମେମୋରିଆଲ ଟ୍ରଷ୍ଟ ଜଗତସିଂହପୁର ବିକାଶ ପରିଷଦ ସହଭାଗିତାରେ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଶନିବାର ଦିନ ଆୟୋଜିତ ହୋଇଥିଲା । ମଞ୍ଚାସିନ ବିଶିଷ୍ଟ ଅତିଥି ଡ଼ଃ ଦିନେଶ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମୁଖ୍ୟ ଅତିଥି ସୌମ୍ୟ ରଞ୍ଜନ ପଟ୍ଟନାୟକ, ମନୋରମା ବିଶ୍ୱାଳ, ବାଲିକୁଦା ଏରସମା ବିଧାୟକ ସାରଦା ଜେନା, ମୁଖ୍ୟବକ୍ତା ଦେବୀ ପ୍ରସାଦ ଦାସ, ନରେଶ ନାଗଥିହଲି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଶ୍ରୀମତୀ ଆଚାର୍ଯ୍ୟଙ୍କୁ ତାଙ୍କର ସମର୍ପିତ ସେବା ପାଇଁ ମାନପତ୍ର, ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ ।