୪ ମାସ ହେଲା ଆସୁନି ପାଣି
ନିଆଳି: ନିଆଳି ବ୍ଲକ୍ର ନିଆଳି ପଞ୍ଚାୟତ ଦୀପତଳ ଅନ୍ଧାର ପରି ଏହି ପଞ୍ଚାୟତରେ ୩ ଗୋଟି ୱାର୍ଡରେ ଦୀର୍ଘ ୪ ମାସ ହେବ ସ୍ୱଜଳ ଧାରାରେ ଯାଉଥିବା ପିଇବା ପାଣି ବନ୍ଦ ରହିଛି । ପୂର୍ବରୁ ୫୦ ହଜାର ଲିଟର୍ ପାଣି ରହିବା ପାଇଁ ଟାଙ୍କିର ବ୍ୟବସ୍ଥା ଥିବା ବେଳେ ଏବେ ଦୁଇ ଲକ୍ଷ ଲିଟର ପାଣି ରହିବା ପାଇଁ ଟାଙ୍କି ନିର୍ମାଣ କରାଯାଇଛି । ସମ୍ପୃକ୍ତ ଠିକାଦାର ଜଣକ ନୂତନ ପାଇପ୍ ନ ପକାଇ ପୁରୁଣା ପାଇପ୍ରେ ସଂଯୋଗ କରିଛି । ପୁରୁଣା ପାଇପ୍ ଗୁଡିକ ଫାଟି ଯାଇଥିବାରୁ ଏହା ମଧ୍ୟ ସମସ୍ୟା ଉପୁଜିଛି । ନିଆଳି ପଞ୍ଚାୟତର ବାରବୁଡିଆ, ହରିଶପୁରର ୮୦ରୁ ଊଦ୍ଧ୍ୱର୍ ପରିବାର ପାଇବା ପାଣିରୁ ବଞ୍ଚôତ ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ଶ୍ରୀଘ ଏହି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆନଗଲେ ବ୍ଲକ୍ ବିଡିଓଙ୍କ ଆଗରେ ପ୍ରତିବାଦ କରିବେ ବୋଲି ଗ୍ରାମର ଦୁଖିଶ୍ୟାମ ଦାସ, ବୈରାଗୀ ଦାସ, ଗୌରି ଦାସ, ନିରଞ୍ଜନ ବେହେରା, ଆଦର୍ଶ ବେହେରା, ତି୍ରଲୋଚନା ବେହେରାଙ୍କ ସମେତ ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ସ୍ୱଚ୍ଛ ପାଣି ପ୍ରତ୍ୟେକ ଗ୍ରାମକୁ ସ୍ୱଜଳ ଧାରା ଯୋଜନାରେ ପାଣି ଯୋଗାଇ ଦେଉଥିବାରୁ ଡିଣ୍ଡିମ ପିଟୁଥିବା ବେଳେ ନିଆଳି ବ୍ଲକ୍ରୁ ୧ କି.ମି ଦୂରତାରେ ଥିବା ଗ୍ରାମରେ ଯଦି ଏଭଳି ଅବବ୍ୟସ୍ଥା ତେବେ ବ୍ଲକ୍ ଅଧିନରେ ଥିବା ଗ୍ରାମ ଗୁଡିକରେ କିଭଳି ହୋଇଥିବ ତାହା ସହଜେ ଅନୁମେୟ । ଏ ନେଇ ବିଭାଗୀୟ ଜେ.ଇ ଗୋବିନ୍ଦ ମଲ୍ଲିକଙ୍କୁ ପଚାରିବା ପାଇଁ ଯୋଗାଯୋଗ କରିଥିଲେ ବି ଯୋଗାଯୋଗ ସମ୍ଭବ ହୋଇପାରି ନଥିଲା ।