୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିଅନସିପ୍ : ରୌପ୍ୟ ଜିତିଥିବା ଓଡ଼ିଶା ହକି ଦଳକୁ ସମ୍ବର୍ଦ୍ଧନା
ଭୁବନେଶ୍ୱର: ୧୫ତମ କନିଷ୍ଠ ଜାତୀୟ ହକି ଚାମ୍ପିୟନସିପ୍ର ପୁରୁଷ ବିଭାଗରେ ରୌପ୍ୟ ପଦକ ଜିତିଥିବା ଓଡ଼ିଶା ହକି ଦଳକୁ ଆଜି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମ୍ବର୍ଦ୍ଧିତ କରିଛନ୍ତି । କ୍ରୀଡାମନ୍ତ୍ରୀ ଶ୍ରୀ ସୂରଜ ପୁରୁଷ ହକି ଦଳର ଏହି ସଫଳତା ପାଇଁ ଦଳର ସମସ୍ତ କ୍ରୀଡାବିତ୍ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଆଗାମୀ ଭବିଷ୍ୟତରେ ମଧ୍ୟ ଉଚ୍ଚÿକୋଟିର ପ୍ରଦର୍ଶନ ମାଧ୍ୟମରେ ପଦକ ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବା ନିମନ୍ତେ ସମସ୍ତ କ୍ରୀଡାବିତଙ୍କୁ ପ୍ରୋସôାହିତ କରିଛନ୍ତି । ଏଥିସହ ଆମ କ୍ରୀଡାବିତ୍ମାନଙ୍କର ବିଜୟର ଗୌରବମୟ ଜୟଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ଆଶାବ୍ୟକ୍ତ କରିଛନ୍ତି ।
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ, କ୍ରୀଡା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିଦେ୍ର୍ଦଶକ ଡ଼. ୟେଦୁଲା ବିଜୟ, ହକି ପ୍ରମୋସନ କାଉନସିଲ ଓଡ଼ିଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।