ବିରାଟଙ୍କ ଦମଦାର ପ୍ରଦର୍ଶନ : କିଙ୍ଗସକୁ ହରାଇଲା ରୟାଲ୍
ନୂଆଦିଲ୍ଲୀ : ଆଇପିଏଲର ୩୭ତମ ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିଲା । ଦୁଇ ଦଳ ମଧ୍ୟରେ ଏହି ମୁକାବିଲା ମୁଲ୍ଲାନପୁରର ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ହୋଇଥିଲା । ସେଠାରେ ଆରସିବି ସହଜ ବିଜୟ ହାସଲ କରିଛି । ଏହା ସହିତ ଆରସିବି ମଧ୍ୟ ପଞ୍ଜାବ ଦଳଠାରୁ ପ୍ରତିଶୋଧ ନେଇଛି । ଏହି ସିଜିନରେ ଏହି ଦୁଇ ଦଳ ମଧ୍ୟରେ ଏହା ଦ୍ୱିତୀୟ ମୁକାବିଲା ଥିଲା । ପୂର୍ବରୁ ୧୮ ଏପ୍ରିଲରେ ପଞ୍ଜାବ ନିଜ ଘରୋଇ ପଡ଼ିଆରେ ଆରସିବିକୁ ୯୫ ରନରେ ଅଲଆଉଟ୍ କରି ୫ ୱିକେଟରେ ବିଜୟୀ ହୋଇଥିଲା । କିନ୍ତୁ ଏହି ମ୍ୟାଚ୍ରେ ଆରସିବି ପକ୍ଷରୁ ପଞ୍ଜାବକୁ ନିଜ ଗ୍ରାଉଣ୍ଡରେ ପରାସ୍ତ କରିଛି ।
ଆଜିର ମ୍ୟାଚ୍ରେ ବିରାଟ କୋହଲି ଦମଦାର ପ୍ରଦର୍ଶନ କରିଥିଲେ । ସେ ୫୪ ବଲ୍ରେ ୭୩ ରନ୍ କରି ଅପରାଜିତ ରହିଥିଲେ । ସେହିଭଳି ଦେବଦତ୍ତ ପାଡିକଲ୍ ୬୧ ରନ୍ କରି ଦଳକୁ ସହଜ ବିଜୟ ଦେବାରେ ମୁଖ୍ୟ ଭୂମିକା ନେଇଥିଲେ । ରଜତ ପାଟିଦାର ୧୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଜିତେଶ ଶର୍ମା ୧୧ ରନ୍ କରି ଅପରାଜିତ ଥିଲେ । ପଞ୍ଜାବର ବୋଲର ଅସହାୟ ହୋଇପଡ଼ିଥିଲେ । ଅର୍ଶଦୀପ ସିଂହ, ହରପ୍ରୀତ ବ୍ରାର ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବେଙ୍ଗାଲୁରୁ ଅଧିନାୟକ ରଜତ ପାଟିଦାର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ବୋଲରମାନେ ସଠିକ୍ ପ୍ରମାଣିତ କରିଥିଲେ । ଆରସିବି ବୋଲରମାନେ ପଞ୍ଜାବ ବ୍ୟାଟରଙ୍କୁ ଏକ ଛୋଟ ସ୍କୋରରେ ସୀମିତ ରଖିବାରେ ସଫଳ ହୋଇଥିଲେ । ପଞ୍ଜାବ ଦଳ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୫୭ ରନ୍ କରିଥିଲା । ପଞ୍ଜାବ ପକ୍ଷରୁ ପ୍ରଭସିମରନ ସିଂହ ସର୍ବାଧିକ ୩୩ ରନ କରିଥିଲେ । ସେହି ସମୟରେ ଶଶାଙ୍କ ସିଂହ ୩୧ ରନର ଅପରାଜିତ ଇନିଂସ ଖେଳି ଦଳକୁ ଏହି ସ୍କୋରରେ ପହଞ୍ଚାଇଥିଲେ । ଜୋଶ ଇଙ୍ଗଲିସ୍ ମଧ୍ୟ ୨୯ ରନ୍ ଏବଂ ମାର୍କ ଜାନସେନ୍ ୨୫ ରନ୍ କରି ଅପରାଜିତ ରହିଥିଲେ । ଅନ୍ୟପକ୍ଷରେ, ଆରସିବି ପାଇଁ କୃଣାଲ ପାଣ୍ଡ୍ୟା ସବୁଠାରୁ ସଫଳ ବୋଲର ଥିଲେ । ସେ ତାଙ୍କର ୪ ଓଭର ସ୍ପେଲରେ ମାତ୍ର ୨୫ ରନ ଖର୍ଚ୍ଚ କରିଥିଲେ ଏବଂ ୨ ଜଣ ବ୍ୟାଟର ୱିକେଟ ନେଇଥିଲେ । ସୁୟାଶ ଶର୍ମା ମଧ୍ୟ ୪ ଓଭରରେ ୨୬ ରନ ଦେଇ ୨ଟି ୱିକେଟ ନେଇଥିଲେ । ଏହା ବ୍ୟତୀତ ରୋମାରିଓ ସେଫର୍ଡ ଗୋଟିଏ ସଫଳତା ହାସଲ କରିଥିଲେ ।