ବକେୟା ଏରିୟର ବିଲ୍ ଓ ପୁନଃ ନିଯୁକ୍ତି ଦାବିରେ ଧାରଣା

ବାଲେଶ୍ୱର:  ବକେୟା ଏରିୟର ବିଲ ପୈଠ ଓ ଗୃହ ରକ୍ଷୀ ଭାବେ ପୁନଃ ନିଯୁ- କ୍ତି ଦାବି ରେ ଆଗାମୀ ମାର୍ଚ୍ଚ ୧ ତାରିଖ ଠାରୁ ୭ ଜଣ ଛଟେଇ ଗୃହ ରକ୍ଷୀ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ । ଆଜି ଏକ ପ୍ରେସ ବିବୃତିରେ ଏହି ଗୃହରକ୍ଷୀ ମାନେ ସୂଚନା ଦେଇଛନ୍ତି ।୨୦୧୯ କୋଭିଡ ପୂର୍ବରୁ ଅଦ୍ୟାବଧି ଛଟେଇ ଗୃହରକ୍ଷୀ ମାନଙ୍କୁ ପୁନଃ ନିଯୁକ୍ତି ନ ଦେବା, ବକେୟା ଏରିୟର ବିଲ୍ ନମିଳିବା ତଥା ମୁଖ୍ୟମନ୍ତ୍ରୀ,ଉପମୁଖ୍ୟ ସଚେତକ ଓ ଗୃହ ବିଭାଗ ସଚିବଙ୍କ ସରକାରୀ ଆଦେଶକୁ ଅମାନ୍ୟ କରିବା ପ୍ରତିବାଦରେ ଆସନ୍ତା ୧ ମାର୍ଚ୍ଚରେ ବାଲେଶ୍ୱର ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ କାଳୀଚରଣ ରଣା, ବିଶ୍ୱନାଥ ଜେନା, ଦେବେନ୍ଦ୍ର ନାଥ ଦେ, ମମତା ଶର୍ମା, ହରେନ୍ଦ୍ର ଦାସ, ରାଧାକୃଷ୍ଣ ଜେନା, ସୁରେନ୍ଦ୍ର ସେଠୀ କହିଛନ୍ତି ।