ଟ୍ରାନ୍ସଫର୍ମର ମେନୁଫେକଚରିଂ ଆସୋସିଏସନର ସଭା 

 ବାଲେଶ୍ୱର :  ଓଡିଶା ଟ୍ରାନ୍ସଫର୍ମର ମେନୁଫେକଚରିଂ ଆସୋସିଏସନର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ପଦ୍ମାବତୀ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ସାରଦା ପ୍ରସନ୍ନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆସୋସିଏସନର ସଦସ୍ୟମାନଙ୍କ କାର୍ଯ୍ୟ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଥିଲା । ଟାଟା ପାୱାର କର୍ତ୍ତୃପକ୍ଷ ଟ୍ରାନ୍ସଫର୍ମର ମରାମତି ଓ ନୂଆ ଟ୍ରାନ୍ସଫର୍ମର କିଣିବାରେ ସ୍ଥାନୀୟ ଟ୍ରାନ୍ସଫର୍ମର ତିଆରି ସଂସ୍ଥାକୁ ଗୁରୁତ୍ୱ ଦେବା ପାଇଁ ଦାବି କରଯାଇଥିଲା ।  ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଉତ୍ତର ଓଡିଶା ଉପସଭାପତି ଶୋଭନ ଦାସ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଓଡିଶାର ସବୁ ଜିଲ୍ଲାର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।