ଏନ୍ଏସି କାର୍ଯ୍ୟାଳୟରୁ ତାର ଚୋରି
ନୀଳଗିରି : ନୀଳଗିରି ଏନ୍ଏସି କାର୍ଯ୍ୟାଳୟ ପରିସରରୁ ଗତ ୨୧ ତାରିଖ ରାତିରେ ୩୦ ହଜାର ଟଙ୍କାର ଷ୍ଟ୍ରୀଟ ଲାଇଟ୍ କେବୁଲ ତାର ଚୋରି ହୋଇଥିବାର ଥାନାରେ ଅଭିଯୋଗ ହୋଇଥିବାର ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ସୁରୀୟା ରଶ୍ମି ଠିକାଦାର ପକ୍ଷରୁ ନୀଳଗିରି ଏନ୍ଏସିରେ ବିଭିନ୍ନ ୱାର୍ଡରେ ଷ୍ଟ୍ରୀଟଲାଇଟ୍ ପାଇଁ କାମ କରୁଥିବା ବେଳେ କେବୁଲ୍ ତାର କାର୍ଯ୍ୟାଳୟ ପରିସରରେ ରଖି କାର୍ଯ୍ୟ କରୁଥିଲେ । ତାପର ଦିନ ସକାଳେ ଆସି ଦେଖିଲା ବେଳକୁ କେବୁଲ୍ ରିଙ୍ଗ ନଥିବାର ଦେଖିବାକୁ ପାଇଥିଲେ । ଅଫିସ ପଛପଟ ପାଚେରୀ କଡ଼ରେ ତାର ନ ଥିବା ଫାଙ୍କା ରିଣ୍ଟିଂ ପଡିଥିଲା । ରାତ୍ରି ଜଗୁଆଳି ରହିଥିବା ବେଳେ ୪ଜଣରୁ ଅଧିକ ଚୋର କିପରି କେବୁଲ୍ଲ ତାର ଚୋରି କଲେ ତାହା ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି । ଏନେଇ ଠିକାଦାର ଥାନାରେ ଅଭିଯୋଗ କରିଛି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।