ବଜାରରେ ବିଷ, ବିପଦରେ ମଣିଷ

 ଟମକା: ଯାଜପୁର ଜିଲା ଟମକା ବଜାରରେ ନକଲିଖାଦ୍ୟ ପଦାର୍ଥ ସାଧାରଣ ଜନତାଙ୍କ ଜୀବନ ପାଇଁ ବିପଦ ପାଲଟିଛି । ବଜାରରେ ମିଳୁଥିବା ଖାଦ୍ୟ ପଦାର୍ଥର ମାନ ଗୁଣବତ୍ତା ଦିଗରେ ଖାଦ୍ୟ ନିରାପତ୍ତା ବିଭାଗ ସ୍ଥାଣୁ ପାଲଟିବା ଘଟଣା ପରିତାପର ବିଷୟ ପାଲଟିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଛକ ଆରମ୍ଭ ହେବା ଦିନଠାରୁ ଥରୁଟିଏ ହେଲେ ଖାଦ୍ୟ ବିଭାଗ ହେଉ କିମ୍ବା ପ୍ରଶାସନର ଚଢାଉ ନହେବା ଘଟଣା ଏଭଳି ନକଲି କାରବାରକୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ ହୋଇଛି । ବିଶେଷ କରି ଦିନକୁ ଦିନ ଛକରେ ନକଲି ସ୍ନାକ୍ସ ୍ ଆଇଟମ ଗୁଡିକର ବହୁଳ ବିକ୍ରି ହେଉଥିବା ପରିଲକ୍ଷିତ ହୋଇଛି । ଯାହା ମୁଖ୍ୟତଃ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ପାଲଟିଛି । ବିନା ଖାଦ୍ୟ ଲାଇସେନ୍ସରେ ଚିକ୍ ମିକିଆ ଜରି ଭିତରେ ଏହାକୁ ପ୍ୟାକିଂ କରି ବିକ୍ରି କରାଯାଉଥିବା ବେଳେ, ଶିଶୁଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିପ୍ରତି ଆକୃଷ୍ଟ ହୋଇ ଏଭଳି ବିଶାକ୍ତ ଖାଦ୍ୟ ଖାଉଛନ୍ତି । ଅଳ୍ପ ଟଙ୍କାରେ ଅଧିକ ପରିମାଣର ଜିନିଷ ମିଳିବା ଘଟଣା ମଧ୍ୟ ଏହି ନକଲି ବେପାରକୁ ବଢାଇବାର ଅନ୍ୟତମ କାରଣ ସାଜିଛି । ଅଣଓଡିÿଆ ବଙ୍ଗୀୟ ବେପାରିମାନେ ଏହି ଅଞ୍ଚଳରେ ଏଭଳି ଛାଇ ଯାଇଛନ୍ତି ଯେ, ସକାଳ ପାହିଲେ ବିଭିନ୍ନ ପାନ ଦୋକାନ ଠାରୁ ଆରମ୍ଭ କରି ସଉଦା ଦୋକାନ ପର୍ଯ୍ୟନ୍ତ ସବୁଠାରେ ଏହି ନକଲି ଜିନିଷ ଯୋଗାଇ ଦେଉଥିବାର ଦେଖିବାକୁ ମିିଳିଛି 
 ବିଶେଷ କରି ମଟର ସାଇକେଲରେ ୧୦ରୁ ଊର୍ଦ୍ଧ ବ୍ୟାଗ୍ ଟାଙ୍ଗି ପାଉଁରୁଟି, କେକ୍, କୁର୍କୁରେ, ମିସ୍କଚର୍, ଚକଲେଟ୍, ବ୍ୟାକେରି ବିସ୍କୁଟ୍, ନିମିକି, ଗଜା, ଶୋଲା, ମଟର ଇଦ୍ୟାଦି ଖାଦ୍ୟ ପଦାର୍ଥ ମାନ ଯୋଗାଉଥିବା ଦେଖିବାକୁ ମିଳିଛି । ଏହି ଖାଦ୍ୟ ପଦାର୍ଥ ଗୁଡିକରେ ବିଭିନ୍ନ ପ୍ରକାରର ବିଶାକ୍ତ ରଙ୍ଗ, କେମିକାଲ୍ ଇତ୍ୟାଦି ମିଶ୍ରଣ କରାଯାଇଥିରୁ ଏହା ମଣିଷ ଜୀବନ ପ୍ରତି ବିପଦ ସାଜିଛି । ସେହିପରି ଭାବେ ଏଗୁଡିକର ତିଆରି ଏବଂ ଏକ୍ସପାରି ତାରିଖ ମଧ୍ୟ ରହୁନଥିବା ଦେଖିବାକୁ ମିଳିଛି । ଏହି ଅଞ୍ଚଳର ଲୋକମାନେ ସାଧାରଣତ ଖଟିଖିଆ ଦିନ ମଜୁରିଆ ଶ୍ରେଣୀର ହୋଇଥିବାରୁ ଏହି ବିଷାକ୍ତ ଖାଦ୍ୟ ଦିଗରେ ସେମାନେ ସଚେତନ ମଧ୍ୟ ହୋଇ ପାରୁନାହାନ୍ତି । ଯାହା ଫଳରେ ଲୋକମାନେ ଏସବୁ ଖାଦ୍ୟକୁ ନିର୍ଭିିକ ଭାବେ ଗ୍ରହଣ କରି ବିଳମ୍ବିତ ବିଶକ୍ରୀୟାର ଶୀକାର ହୋଇ ରୋଗାଗ୍ରସ୍ତ ହୋଉଥିବା ଦେଖିବାକୁ ମିଳିଛି । 
ସେହିପରି ଭାବେ ଛକରେ ଥିବା ବିଭିନ୍ନ ଦୋକାନରେ ମଧ୍ୟ ଭେଜାଲ୍ ଖାଦ୍ୟ ସାମଗ୍ରୀ ବିଶେଷ କରି ଖାଇବା ତେଲ, ସସ୍, ଗୁଣ୍ଡ ମସଲା, ମୃଦୁ ପାନୀୟ ଜଳ ଇତ୍ୟାଦିର ବହୁଳ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଅନ୍ୟ ସୁରକ୍ଷିତ ଖାଦ୍ୟ ପଦାର୍ଥ ତୁଳନାରେ ମିଳୁଥିବା ନକଲି ଖାଦ୍ୟ ପଦାର୍ଥ ଅହେତୁକ କମ୍ ଦାମ୍ରେ ମିଳୁଥିବା କାରଣରୁ ବ୍ୟବସାୟୀ ମାନେ ମଧ୍ୟ ଲାଭ ପାଇଁ ଏଗୁଡିକୁ ଅଗ୍ରାଧିକାର ଭତ୍ତିରେ କିଣୁଥିବାର ଦେଖାଯାଇଛି । ଯାହା ଏବେ ଏହି ଅଞ୍ଚଳବାସୀଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦେଉଛି । ସ୍ଥାନୀୟ ପୋଲିସ ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ବିଭାଗ ଏହି ଛକକୁ ଗୁରୁତର ସହ ନେଇ ଏଠାରେ ବିକ୍ରୀ ହେଉଥିବା ଖାଦ୍ୟ ପଦାର୍ଥ ଯାଞ୍ଚ୍ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।