ପିଜିଟି ଶିକ୍ଷକଙ୍କ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର : ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଦୁଇ ଦିନିଆ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଛି । କୃଷି ଭବନ ସ୍ଥିତ ଅଡ଼ିଟୋରିୟମଠାରେ ଆୟୋଜିତ କର୍ମଶାଳାରେ ୧୭ଟି ସ୍ୱତନ୍ତ୍ର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୩୦୦ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ପରିଷଦର ଅଧ୍ୟକ୍ଷ ମୃଣାଳକାନ୍ତି ଦାସ ଯୋଗ ଦେଇ ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉଚ୍ଚ ମାଧ୍ୟମିକ ନିଦେ୍ର୍ଦଶାଳୟ ନିଦେ୍ର୍ଦଶକ ରଘୁରାମ୍ ଆର୍ ଆୟର, ସମ୍ବଲପୁର ଆଞ୍ଚଳିକ ନିଦେ୍ର୍ଦଶକ ବିଶ୍ୱନାଥ ତରାଇ, ବ୍ରହ୍ମପୁର ଆଞ୍ଚଳିକ ନିଦେ୍ର୍ଦଶକ ବନ୍ଦନା ମହାପାତ୍ର, ଉଚ୍ଚ ମାଧ୍ୟମିକ ନିଦେ୍ର୍ଦଶାଳୟର ଅତିରିକ୍ତ ନିଦେ୍ର୍ଦଶକ ବିଶ୍ୱଜିତ ଘୋଷ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।
ଉଚ୍ଚ ମାଧ୍ୟମିକ ପରିଷଦର ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି, ଶିକ୍ଷା ଓ ପ୍ରଶିକ୍ଷଣ ପରସ୍ପର ସହ ଜଡ଼ିତ । ସମୟାନୁସାରେ ପ୍ରଶିକ୍ଷଣ ନେବାର ଆବଶ୍ୟକତା ରହିଛି । ଶିକ୍ଷାକୁ କେବଳ ଜ୍ଞାନ ଆହରଣ ଭାବରେ ନୁହେଁ ବରଂ ଏହାର ବ୍ୟବହାରିକ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ । ସେହିପରି ଉଚ୍ଚ ମାଧ୍ୟମିକ ନିଦେ୍ର୍ଦଶାଳୟ ନିଦେ୍ର୍ଦଶକଶ୍ରୀ ଆୟର୍ କର୍ମଶାଳା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଅନ୍ୟ ଅତିଥିଗଣ କର୍ମଶାଳା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।