ବଜ୍ରପାତରେ ଚାଷୀ ମୃତ

ବଜ୍ରପାତରେ ଚାଷୀ ମୃତ

ଭୁବନେଶ୍ୱର : ବିଲରେ ମୁଗ ଉପାଡୁଥିବା ବେଳେ ବଜ୍ରପାତ ହେବାରୁ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି  । ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ କେତକୀପାଟଣା ପଞ୍ଚାୟତ ଅଧୀନ ପଦ୍ମପୁର ଗ୍ରାମରେ ଏଭଳି ଅଘଟଣ ଘଟିଛି  ।  ମୃତକଙ୍କ ନାମ ଦୀପ୍ତି ରଞ୍ଜନ ବାରିକ  । ଅପରପକ୍ଷରେ ମୃତକଙ୍କ ବଡ଼ଭାଇ ଆହତ ହୋଇଥିବାବେଳେ ବାପା ଗୁରୁତର ହୋଇଛନ୍ତି  । ପ୍ରକାଶଯେ, କେତକୀପାଟଣା ପଞ୍ଚାୟତ ଅଧୀନ ପଦ୍ମପୁର ଗ୍ରାମର କାଶୀନାଥ ବାରିକ ନିଜର ୨ ପୁଅଙ୍କୁ ନେଇ ବିଲରେ କାମ କରୁଥିଲେ  । ସେମାନେ ବିଲରେ ମୁଗ ଉପାଡି ଗଦା କରୁଥିବା ବେଳେ ବଜ୍ରପାତ ହୋଇଥିଲା  । ଘଟଣାସ୍ଥଳରେ ତିନି ଜଣ ଚେତାଶୂନ୍ୟ ହୋଇପଡ଼ିଥିଲେ  । ସ୍ଥାନୀୟ ଲୋକମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି  ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ  । ସେଠାରେ ଦୀପ୍ତି ରଞ୍ଜନ ବାରିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ  । ବାପା କାଶୀନାଥ ବାରିକ ଓ ବଡ଼ପୁଅ ଗୁରୁତର ଅବସ୍ଥାରେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି  ।