ବଢୁଛି ଚୋରି ଡକାୟତି
ଢେଙ୍କାନାଳ : ବୈଶିଙ୍ଗା -୧୮/୫- ବୈଶିଙ୍ଗା ଥାନା ଅଧିନ ଦୁର୍ଗାପୁର -ପୁରୁଣିଆ ରାସ୍ତା ଏବେ ଅସାମାଜିକ ବ୍ୟକ୍ତିଙ୍କ ଚରାଭୂଇଁ ପାଲଟିଛି । ଗୋଟିଏ ସପ୍ତାହରେ ଏହି ରାସ୍ତାରେ ଦୁଇଥର ଛିନତାଇ ଘଟଣା ଲୋକଙ୍କୁ ଭୟଭୀତ କରି ପକାଇଛି । ଗତ କିଛି ଦିନ ତଳେ ଜଣେ ବାଇକ ଆରୋହୀଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଲୁଟି ନେଇଥିବା ବେଳେ ଗତ ଶନିବାର ରାତିରେ ଜଣେ ବାଇକ ଆରୋହୀଙ୍କୁ ଅଟକାଇ ମାଡ ମାରିବା ପରେ ବାଇକ୍ଟିକୁ ଛଡାଇ ନେଉଥିଲେ । ହେଲେ ବାଇକ୍ ଆରୋହୀଙ୍କ ଚିକôାର ଶୁଣି କିଛି ଗ୍ରାମବାସୀ ଲୁଟେରାଙ୍କୁ ଘେରାଉ କରି ଦେବା ଯୋଗୁଁ ଲୁଟେରା ଦୁଇ ଜଣ ଅନ୍ଧାରର ସୁଯୋଗ ନେଇ ବାଇକ୍ ଛାଡି ପଳାଇଥିଲେ ।