ଲକ୍ଷ୍ମୀକାନ୍ତଙ୍କ ସ୍ମୃତିସଭା
ନିଶ୍ଚିନ୍ତକୋଇଲି: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ସାନ୍ତପୁର ପଂଚାୟତ ବ୍ରାହ୍ମଣଖଣ୍ଡ ଗ୍ରାମର ସୁବୋଧ ଚନ୍ଦ୍ର ମହାନ୍ତିଙ୍କ ସାନପୁଅ ଲକ୍ଷ୍ମୀକାନ୍ତ ମହାନ୍ତି(କାବୁ)ଙ୍କର ମୁମ୍ବାଇ ଠାରେ ହୃଦ୍ଘାତରେ ପରଲୋକ ହୋଇଯାଇଛି । କାବୁକୁ ଭଲ ପାଉଥିବା ତା’ର ସାଙ୍ଗ ସାଥୀ ଓ ଛୋଟବଡ ଭାଇମାନେ ମିଶି ସ୍ୱର୍ଗତ ଲକ୍ଷ୍ମୀକାନ୍ତଙ୍କ ଦ୍ୱାଦଶାହ ତିଥି ଅବସରରେ ସାନ୍ତପୁର ବକ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ସ୍ୱର୍ଗତ ଲକ୍ଷ୍ମୀକାନ୍ତଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୧୦୮ ଦୀପ ଦାନ କରିବା ସହ ସ୍ୱର୍ଗତଙ୍କ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଲକ୍ଷ୍ମୀକାନ୍ତଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ୱର୍ଗତ ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।