ବିଭିନ୍ନ ସ୍ଥାନରେ ପ୍ରବେଶ ଉସôବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମର ଶୁଭାରମ୍ଭ  : "ଶିଶୁ ବାଟିକା ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବ'      

ଢେଙ୍କାନାଳ: ଆଜି ଠାରୁ ସାରା ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟ ଶୁଭାରମ୍ଭ ହୋଇଛି  । ଏହି ଅବସରରେ ଆଜି ସ୍ଥାନୀୟ ବ୍ରଜନାଥ ବଡ଼ଜେନା ଉଚ୍ଚÿ ବିଦ୍ୟାଳୟ ଠାରେ ପ୍ରବେଶ ଓ ଖଡ଼ିଛୁଆଁ ଉସôବ ଅନୁଷ୍ଠିତ ହୋଇଥିଲା  । ଶିଶୁ ବାଟିକା ନିମନ୍ତେ ୨ଜଣ ଶିଶୁ ଓ ପ୍ରଥମଶ୍ରେଣୀ ନିମନ୍ତେ ୯ ଶିଶୁଙ୍କୁ ଅତିଥି ମାନେ ଗୋଲାପଫୁଲ ଦେଇ ସ୍ୱାଗତ କରିଥିଲେ  । ପାରମ୍ପରିକ ରୀତିରେ ଶିଶୁମାନଙ୍କର ଖଡ଼ିଛୁଆଁ କାର୍ଯ୍ୟ ହୋଇଥିଲା  । ଉସôବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପୌର ପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ  ରମେଶ ଚନ୍ଦ୍ର ସେଠି, ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । 
ଆସିକା: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସାରା ରାଜ୍ୟରେ ସଭିଏଁ ପିଲାଏ ସ୍କୁଲ ଅଭିମୁଖେ ଯିବା ଓ ବିଦ୍ୟାବନ୍ତ ବିଦ୍ୟାର୍ଥୀ  ବିକଶିତ ଓଡିଶା ଗଠନ ନିମନ୍ତେ ସମସ୍ତେ ମିଳିମିଶି କାମ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଗ୍ରାମରେ ଏହି ସଚେତନତା ରଥ ପରିଭ୍ରମଣ କରି ଡ୍ରପ ଆଉଟ ରୋକିବାରେ ସଫଳ ହେବ ବୋଲି ଆଶା ରଖିଛନ୍ତି । ସ୍ଥାନୀୟ ହରିହର ହାଇସ୍କୁଲ ଠାରୁ ଏକ ଶିକ୍ଷା ସମ୍ବନ୍ଧୀୟ ସଚେତନତା ରଥକୁ ଆସିକା ନଗରପାଳିକା ବିନେତା ସ୍ୱାଇଁ, ବିଧାୟକ ପ୍ରତିନିଧି ସଂଗୀତ ପାଢ଼ୀ ଓ ସମ୍ବିତ ପାଢ଼ୀ, ବ୍ଲକ ଶିକ୍ଷା ଅଧିକାରୀଣୀ ମୁନ ରାଣୀ ମହାନ୍ତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଭୁ ନନ୍ଦନ ପଣ୍ଡା, ହରିହର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ ।
ତେନ୍ତୁଳିଖୁଣ୍ଟି: ବ୍ଲକର ପୂଜାରିଗୁଡ଼ା ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଖଡ଼ି ଛୁଆଁ ଓ ପ୍ରବେଶ ଉସôବ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୁଜାରିଗୁଡ଼ା ସରପଞ୍ଚ ଅନାଦି ମାଝୀ, ସମିତିସଭ୍ୟା ବିନୋଦିନୀ ସିଂ, ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଲେନ୍ଦ୍ରି ନାୟକ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ବିଇଓ, ଏବିଇଓ ମୋହନ ମଧୁସୂଦନ ବାଘ୍ , ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶେଖର ଖୁରା ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରୀ ବିଷୋୟୀ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ ଏବଂ ଗ୍ରାମବାସୀ ଉପସ୍ଥିତ ରହିିଥିଲେ । 
ବାଲେଶ୍ୱର: ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦେ୍ଦଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ଶିକ୍ଷା ବର୍ଷରୁ ଲାଗୁ କରାଯାଇଥିବା ନୂତନ ଶିକ୍ଷାନୀତି ଆଜିଠୁ ଆରମ୍ଭ ହୋଇଛି  । ଶିଶୁ ବାଟିକାରେ କୁନି କୁନି ପିଲାମାନେ ନାମ ଲେଖାଇବାକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା ।  ଏହି ଅବସରରେ ଶିଶୁ ବାଟିକାରେ ନାମ ଲେଖେଇବାକୁ ରାଜ୍ୟ ସାରା ଆଜି ସ୍କୁଲ ଆସିଛନ୍ତି କୁନି କୁନି ପିଲା  । ନୂଆକରି ପାଠପଢ଼ା ଆରମ୍ଭ କରୁଥିବା ପିଲାମାନଙ୍କ ପାଇଁ ବିଦ୍ୟାଳୟସ୍ତରରେ ଶିଶୁ ବାଟିକା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । 
ପିଲାଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ଉଦେ୍ଦଶ୍ୟରେ ଆରମ୍ଭ କରାଯାଇଥିବା "ପ୍ରବେଶ ଉସôବ' ଏବଂ "ଖଡ଼ି ଛୁଆଁ' କାର୍ଯ୍ୟକ୍ରମ ଅନ୍ତର୍ଗତ ବାଲେଶ୍ୱର ଜିଲ୍ଲାରେ ସମୁଦାୟ ୨୦୮୬ ବିଦ୍ୟାଳୟରେ ଆରମ୍ଭ କରାଯାଇଛି । ଶିଶୁ ବାଟିକାର ଭିତ୍ତିଉପରେ ନୂଆପିଢିର ଭବିଷ୍ୟତ ନିର୍ଭର କରୁଛି ତେଣୁ ରାଜ୍ୟ ସରକାରଙ୍କ ନିଦେ୍ର୍ଦଶ ମୁତାବକ ସବୁ ପଦକ୍ଷେପ ନିଆଯାଇ ପିଲାମାନଙ୍କୁ ସଶକ୍ତ, ଆଧୁନିକ ଏବଂ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ଲକ୍ଷ୍ୟ ବୋଲି ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ବିକାଶ କହିଛନ୍ତି ।  
ନବରଙ୍ଗପୁର: ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଆଜି ଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ ସହ ପ୍ରବେଶ ଉସôବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପେକ୍ଷୀରେ ନବରଙ୍ଗପୁର ସହର 
 ସ୍ଥିତ ସ୍ଥାନୀୟ ଏକ୍ସ-ବୋର୍ଡÿ ପ୍ରାଥମିକ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ "ପ୍ରବେଶ ଉସôବ ଏବଂ ଖଡ଼ି ଛୁଆଁ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ଏହି କାର୍ଯ୍ୟକ୍ରମରେ ୬ ବର୍ଷର ଶିଶୁମାନେ ପ୍ରଥମ ଶ୍ରେଣୀ ଏବଂ ୫ ବର୍ଷର ଶିଶୁମାନେ ଶିଶୁବାଟିକାରେ ନାମ ଲେଖାଇଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  ଉଦଘାଟନ କରିଥିଲେ । ଓଡ଼ିଶା ସରକାରଙ୍କ ବିଦ୍ୟାବନ୍ତ ବିଦ୍ୟାର୍ଥୀ, ବିକଶିତ ଓଡ଼ିଶା ଯୋଜନା ଅଧୀନରେ ଶିକ୍ଷାର ବିକାଶ ଏବଂ ନୂତନ ଶିକ୍ଷା ନୀତି କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧତାର ବାର୍ତ୍ତା ରଖିଥିଲେ । ବରେଣ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସମଗ୍ର ଶିକ୍ଷା ନବରଙ୍ଗପୁର ଡ. ଶୁଭଙ୍କର ମହାପାତ୍ର, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଗୋଷ୍ଠି ଶିକ୍ଷା ଅଧିକାରୀ ରମେଶ ରାୟ ଯୋଗ ଦେଇଥିଲେ । 
ବୈଶିଙ୍ଗା: ଖଡି ଛୁଆଁ , ପ୍ରବେଶ ଉସôବ, ଏବଂ ମାଣ୍ଡିଆ ଲଡୁ ବଣ୍ଟନ ଉସôବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସପନା ସିଂ,ସରପଞ୍ଚ, ପିତାମାତା ଯୋଗ ଦେଇଥିଲେ । ଗଣେଶ ଓ ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କୁ ପୂଜା ଅର୍ଚ୍ଚନା  ପୂର୍ବକ ଶିଶୁ ବାଟିକାରେ  ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ଖଡ଼ିଛୁଆଁ ମୁଖ୍ୟ ଅତିଥି ସପନା ସିଂ କରିଥିଲେ । ପ୍ରଥମ ଶ୍ରେଣୀରେ ପନ୍ଦର ଜଣ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ଯାଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବହି ଓ ବିଦ୍ୟାଳୟ ତରଫରୁ ହସ୍ତାକ୍ଷର ଖାତା, ପେନ୍ସିଲ, ରବର, ଚକଲେଟ୍ ବଣ୍ଟନ କରାଯାଇଥିଲା । 
ସାରସକଣା: ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ଓଡ଼ିଶାର ପ୍ରତ୍ୟେକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଅପ୍ରେଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏଡମିଶନ କରାଯାଇ ପ୍ରବେଶ ଉସôବ ଅନୁଷ୍ଠିତ ହେଉଛି  । ଏଥ?ିପାଇଁ କୋମଳମତି ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉସôବ ମାଧ୍ୟମରେ ଉସôାହିତ କରାଯିବା ସହ ସେମାନଙ୍କୁ ବିଦ୍ୟାଳୟକୁ ସ୍ୱଗାତ କରାଯାଉଛି  । ଏହି କ୍ରମରେ ମୟୁରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକ ଅଧିନସ୍ଥ ଈଶ୍ୱର ଚନ୍ଦ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ପ୍ରବେଶ ଉସôବ ପାଳିତ ହୋଇଯାଇଛି  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ପାଇକରାୟଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପ୍ରବେଶ କରିଥିବା ୮ ଜଣ ଛାତ୍ରଛାତ୍ରୀ, ନୂତନ ଅଭିଭାବକ ମାନଙ୍କୁ ନେଇ ଏକ ସ୍ୱଗାତ ସମାରୋହ ଅନୁଷ୍ଠିତ ହୋଇଥିଲା  ।