ବଢୁଛି ପଲିଥିନ ବ୍ୟବହାର; ଦୂଷିତ ହେଉଛି ପରିବେଶ
ଯାଜପୁର ସଦର : ଯାଜପୁର ସହର ଓ ଆଖପାଖ ଗ୍ରାମାଞ୍ଚଳରେ ବହୁଳ ମାତ୍ରାରେ ପଲିଥିନର ବ୍ୟବହାର ହେଉଛି । ଯାହା ପରିବେଶ ପ୍ରଦୂଷଣକୁ ଦୂଷିତ କରୁଛି । ତତ୍କାଳୀନ ରାଜ୍ୟ ସରକାର ପଲିଥିନର ବହୁଳ ବ୍ୟବହାର ଉପରେ ୨୦୦୪ ମସିହା ଜାନୁୟାରୀ ୨୬ ତାରିଖରେ କଟକଣା ଲାଗୁ କରିବା ସହିତ କୋଡିଏ ମାଇକ୍ରନ ପଲିଥିନ ବ୍ୟବହାର ପାଇଁ ନିଦେ୍ର୍ଦଶ ଦେଇଥିଲେ । ତେବେ ଇତି ମଧ୍ୟରେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଏହି ନିଦେ୍ର୍ଦଶନାମା ସରକାରୀ କଳର ନାଲିଫିତା ତଳେ ରହିଯାଇଛି । ପଲଥିନ ବ୍ୟବହାର ଉପରେ କୌଣସି ଅନୁଧ୍ୟାନ ହେଉନଥିବାରୁ ପରିବେଶ ପ୍ରେମୀମାନଙ୍କ ସହିତ ବୃଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପଲିଥିନ ବ୍ୟବହାରରୁ ଗଳିକନ୍ଦି, ରାସ୍ତାଘାଟ, ନାଳ ନର୍ଦ୍ଦମାରେ କୁଢକୁଢ ପଲଥିନ ଦେଖିବାକୁ ମିଳୁଛି । ପଲିଥିନ ନଷ୍ଟ ନ ହେବା ଫଳରେ ଚାଷ ଜମିରେ, ରାସ୍ତାକଡ଼ରେ, ପଡିି ରହୁଛି । ଯାହାଫଳରେ ପରିବେଶ ଦୂଷିତ ହେଉଛି । ଯାଜପୁର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ମଧ୍ୟ ବହୁଳ ମାତ୍ରାରେ ପଲିଥିନ ବ୍ୟବହାର ହେଉଥିବାରୁ ତାହା ପରିବେଶକୁ ଦୂଷିତ କରୁଥିବା ଦୃଷ୍ଟିଗୋଚର ହେଉଛି । ଯାଜପୁର ପୈାର ସ୍ୱାସ୍ଥ୍ୟ ଅଧିକାରୀ ଏହି ସମସ୍ୟା ଉପରେ ଦୃଷ୍ଟି ନଦେଇ ଦିନ ତମାମ ନିଜ କରିଥିବା କ୍ଲିନିକ୍ରେ ଡାକ୍ତର ବାବୁ ବ୍ୟସ୍ତ ରହୁଛନ୍ତି । ଯାହା କି ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଶୈଳୀ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏପରିକି ତେଜରାତି ଦୋକାନ, ମାଛ, ମାଂସ, ଜଳଖିଆ, ପନିପରିବା ଓ ଫଳ ଦୋକାନ ସହିତ ଅନ୍ୟାନ୍ୟ ଦୋକାନମାନଙ୍କରେ ଏହାର ବ୍ୟବହାର ବହୁଳ ମାତ୍ରାରେ ହେଉଥିବା ବେଳେ ଏହାକୁ ରୋକିବାରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉନଥିବା ପରିଲକ୍ଷିତ ହେଉଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହିତ ଜନସାଧାରଣମାନଙ୍କୁ ପଲିଥିନ ବ୍ୟବହାରର ପରିମାଣ ବିଷୟରେ ସଚେତନତା ନକରନ୍ତି, ତେବେ ଆଗାମୀ ଦିନରେ ପରିବେଶ ଅଧିକ ଦୂଷିତ ହେବାର ସମ୍ଭାବନା ରହିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହିତ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଯାଜପୁର ସହର ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନ ମହଲରେ ଦାବି ହେଉଛି ।