ବେଆଇନ ବାଲି ଚାଲାଣକୁ ଗ୍ରାମବାସୀଙ୍କ ବିରୋଧ

ଆସିକା : ଆସିକା ନିକଟସ୍ଥ ନିରାଳ-ରିଷିପୁର ବଡ ନଦୀ ପଠାରୁ ବେଆଇନ ଭାବେ ଚୋରାରେ ବାଲି ଚାଲାଣକୁ ଗ୍ରାମବାସୀମାନେ ବିରୋଧ କରିଥିଲେ ।  ଋଷିପୁରୁ ଗ୍ରାମ ବାସୀ ପକ୍ଷରୁ ପ୍ରଶାସନ ପାଖରେ ଅନେକ ଥର ଅଭିଯୋଗ କରିଥିବା ବେଳେ କାର୍ଯ୍ୟନୁଷ୍ଠାନ ହୋଇନଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ଶେଷରେ ମେଳି ବାନ୍ଧି ନଦୀ ପଠାରେ ଚୋରା ଚାଲାଣ ହେଉଥିବା ଟ୍ରାକ୍ଟରକୁ ଅଟକାଇ ଥିଲେ । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ଘଟଣା ସ୍ଥଳକୁ ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ବାରିକଙ୍କ ନେତୃତ୍ୱ ରେ ରାଜସ୍ୱ ନିରୀକ୍ଷକ,ଆସିକା ପୋଲିସ ଅଧିକାରୀ, ମାନେ ପହଞ୍ଚିବା ପରେ ଗ୍ରାମବାସୀ ଜବତ ଗାଡ଼ିକୁ ହସ୍ତାନ୍ତର କରିଥିଲେ । ଏହି ବାଲି ଉଠାଣ ସ୍ଥାନଟି ବିନା ଲିଜରେ ୱାଇ ଫର୍ମ ନଥାଇ ସାରା ରାତି ଋଷିପୁରୁ ଗ୍ରାମ ଦେଇ ଅନେକ ବାଲି ଗାଡି ନେବା ଆଣିବା କରିଥାନ୍ତି । ଗ୍ରାମବାସୀ ମାନେ ରୀତିମତ ଚାଲାଣକୁ ବିରୋଧ କରିବାରୁ ବାଲି ଚୋରା ଚାଲାଣ ରେ ସମ୍ପୁକ୍ତ ବାଲି ମାଫିଆ ମାନେ ଶାସକ ଦଳର ପ୍ରତିନିଧି ବୋଲାଇବା ସହ ଗୁଣ୍ଡା ଶ୍ରେଣୀର ଲୋକମାନେ ଗ୍ରାମ ବାସିକୁ ଜୀବନରେ ମାରିଦେବା ପାଇଁ ଧମକ ଚମକ ଦେଉଥିବା ଅଭିଯୋଗ ହେଇଛି ବାଳିଛାଇ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ନୀଳମାଧବ ସ୍ୱାଇଁ । ରୀତିମତ ଭାବେ ଦିନରାତି ଏକ କରି ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଥିବାରୁ ଗ୍ରାମ ପ୍ରତି ବନ୍ୟା ଭୟ ରହୁଥିବା ଅଭିଯୋଗ କରିଛନ୍ତି ଋଷିପୁରୁ ଗ୍ରାମ ସଭାପତି ପ୍ରକାଶ ଚନ୍ଦ୍ର ସ୍ୱାଇଁ । ଗଞ୍ଜାମ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଆସିକା ତହସିଲ ଏବଂ ପୋଲିସ ମିଳିତ ଚଢ଼ାଉ କରି ଗାଡିକୁ ଜବତ ସହ ଥାନାରେ ଗାଡି ଡ୍ରାଇଭର ଅଟକ ରଖାଯାଇଥିବା ଜଣାପଡିଛି ।