ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ

 ରଗଡି : କୋରେଇ ବ୍ଲକ ଜଳନ୍ଦା ସରକାରୀ ଉ.ପ୍ରା ସ୍କୁଲରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିକ୍ଷକ ମାନସ ସାମଲଙ୍କ ପରିଚାଳନାରେ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ରୂପେ ପୂର୍ବକୋଟ କ୍ଲଷ୍ଟର ସିଆରସିସି ପ୍ରଭାକର ଜେନା ଓ ସ୍କୁଲ ପରିଚାଳନା କମିଟି ସଭାପତି ହଳଧର ଯେନା ପ୍ରମୁଖ ଯୋଗଦେଇଆମ ସଂସ୍କୃତି ଓ ପରମ୍ପରା ଆମ ଗୌରବ ଓ ପରିଚୟ ବୋଲି କହିଥିଲେ । ଶିକ୍ଷକ ଶଶୀଭୂଷଣ ମହାପାତ୍ର ବିଭୁ ବନ୍ଦନା ଗାନ କରିଥିଲେ । ଛାତ୍ରୀ ମାନେ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷକ ମାନସ ସାମଲ ଧନ୍ୟବାଦ ଦେଇଥିଲେ ।