ବଢୁଛି ଯାତ୍ରୀବାହୀ ଗାଡି ଚାଳକଙ୍କ ଜୁଲୁମ

ବ୍ୟାସନଗର ଅଂଚଳରେ ଯାତ୍ରୀବାହି ଟାଟା ମେଜିକ ଗାଡି ଚଳକଙ୍କ ଜୁଲମ ଦିନକୁ ଦିନ ବଢ଼ି ଚାଲିଛି । ଯାତ୍ରୀବାହି ବସକୁ ଅଟକାଇ ଯାତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବସ ଆଗରେ ଗାଡି ଆଡା ପକାଇ ଘଂଟା ଘଂଟା ଅଟକାଉଛନ୍ତି । ଯାହାକୁନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକଶ ପାଇବା ସହ ଏଭଳି କାର୍ଯ୍ୟ କରୁଥିବା ସମ୍ପକ୍ତ ଟାଟା ମେଜିକ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଆଜି ସକାଳୁ ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରୁ ଯାତ୍ରୀଙ୍କୁ ନେଇ ଦୈନନ୍ଦିନ ଭଳି ଆଳି ଅଭିମୁଖେ ନିର୍ଦ୍ଦାରିତ ସମୟରେ ବାହାରିଥିବା ଘରୋଇ ବସ ପ୍ରଭୂକୁ ଓଡ଼ି୧୫ଇ-୦୫୯୦ ନଂ ଟାଟା ମ୍ୟାଜେକ ଗାଡି ଆଡ୍ଡା ପକାଇ ଅଟକାଇବା ସହିତ ଯାତ୍ରୀଙ୍କୁ ଚାଳକ ଦୁର୍ବ୍ୟବହାର କରିଥିଲେ । ପ୍ରଭୂ ବସକୁ ଅଟକାଇ ତୁମେ ସଠିକ ଟାଇମରେ ନଯାଇ ଆମେ ଯିବାପରେ ଗାଡ଼ିନେଇ ଯିବାକୁ କହି ଧମକ ଦେଇ ପାଟିତୁଣ୍ଡ କରିଥିଲେ । ଯାହାକୁ ନେଇ କିଛି ସମୟ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଷ୍ଟାଣ୍ଡ ପକ୍ଷରୁ ଓ ପରିବହନ ବିଭାଗ ପକ୍ଷରୁ ବସ ଗୁଡିକର ସମୟ ଧର୍ଯ୍ୟ କରାଯାଇଥିଲେ ମଧ୍ୟ ବାରମ୍ବାର ଟାଟା ମେଜିକ ଚାଳକ ବିଭିନ୍ନ ସମୟରେ ବାରମ୍ବାର ଏଭଳି ଜୁଲମ କରୁଛନ୍ତି । ଯାହାକୁ ନେଇ ଯାତ୍ରୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ସ୍ଥାନୀୟ ପୁଲିସ ଏବଂ ପାରିବହନ ବିଭାଗ ପକ୍ଷରୁ ଏଦିଗରେ ପଦକ୍ଷେପ ନେବାକୁ ଯାତ୍ରୀ ଦାବି କରିଛନ୍ତି ।